ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ଡରେ ଦିନକୁ ଦିନ ଚୋରା ନଦୀ ବାଲିର ବେଆଇନ ବିକ୍ରି ବଢ଼ିବାରେ ଲାଗିଛି | ବାଲି ମାଫିଆ ମାନେ ପ୍ରଶାସନର ନିୟମ କାନୁନକୁ ଫୁ କରି ରାଜନୈତିକ ଇସାରାରେ ଦିନରାତି ପ୍ରଶାସନିକ ଅଧିକାରୀଙ୍କୁ ଚକମା ଦେଇ ବିନା କେ ୱାଇ ସି କାଗଜପତ୍ରରେ ବାଲି, ଚିପ୍ସ ଏବଂ କଳାମୁଗୁନି ପଥର ବିକ୍ରି କରି ଆସୁଛନ୍ତି, ଯାହାଫଳରେ ସରକାର ଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରେଇବାକୁ ପଡୁଥିଲା | ଦୁଇଦିନ ତଳେ ବାଙ୍କୀ ବ୍ଲକର ବୈଦେଶ୍ଵର ଠାରେ ବାଲି ବୋଝଇ ହାଇୱା ଗାଡି ଚାପରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା | ସେବେଠୁ ବାଙ୍କୀ ପ୍ରଶାସନ ଏବଂ ପୋଲିସ ଆକ୍ସନ ମୂଡ଼ରେ ରହି ବେଆଇନ ଗାଡି ଜବତ କରିବାରେ ଲାଗିଛି | ଡମପଡା ବ୍ଲକ ତହସିଲ ତରଫରୁ ଆଜି ତହସିଲଦାର ସୁଶ୍ରୀ ବୈଶାଳୀ ଲେଙ୍କାଙ୍କ ନେତୃତ୍ୱରେ ତାଙ୍କ ଟିମ ରାଜରାସ୍ତାରେ ଚାଲିଥିବା 6 ଗୋଟି ବାଲି ଡମ୍ଫର ଏବଂ ହାଇୱା ଗାଡିକୁ ( ଦୁଇଟି ବାଲି, ତିନୋଟି ଚିପ୍ସ ଏବଂ ଗୋଟିଏ କଳା ମୁଗୁନି ପଥର ବୋଝଇ ) ଜବତ କରାଯାଇଛି ! OD 05M7055, OD05BJ 8777, OR16D4034 , OD 05 AG 8340, OD14D 3003 , Od02cx8226 ନମ୍ବର ଗାଡି ଜବତ କରାଯାଇ କଇଁମୁଣ୍ଡି ଫାଣ୍ଡି ଏବଂ ଡମପଡା ତହସିଲ କାର୍ଯ୍ୟାଳୟରେ ରଖାଯାଇଛି | ଗାଡି ଜବତ ସମ୍ପର୍କରେ ଆର ଟି ଓ ଏବଂ ମାଇନିଂ ବିଭାଗକୁ ଜଣାଇ ଦିଆଯାଇଛି | ଗାଡି ମାଲିକ ମାନଙ୍କୁ ନୋଟିସ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସହ ଗାଡି ଉପରେ ଜୋରିମନା ଲଗାଯିବ ବୋଲି ତହସିଲ କାର୍ଯ୍ୟାଳୟରୁ ଜଣାପଡିଛି | ପୂର୍ବରୁ ତାଳବସ୍ତ ଅଂଚଳରେ ନାଲି ମୋରମ ମାଟି ବହୁଳ ଭାବରେ ଖନନ କରି ଚୋରାରେ ବିକ୍ରି ହେଉଥିଲା | ତହସିଲଦାର ବୈଶାଖୀ ଲେଙ୍କାଙ୍କ ଯୋଗଦାନ ପରେ ଗୋଟେ ବର୍ଷ ଭିତରେ ନିୟମିତ ତଦାରଖ ପରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଚୋରା ଲଘୁ ଖଣିଜ ଦ୍ରବ୍ୟ ଚାଲାଣ | ସ୍ଥାନୀୟ ଅଂଚଳବାସୀ ତହସିଲଦାରଙ୍କ ଏପରି କାର୍ଯ୍ୟକ୍ରମରେ ଖୁସିଥିବା ଜଣାଯାଉଛି |
ଆକ୍ସନ ମୂଡ଼ରେ ଡମପଡା ତହସିଲ କାର୍ଯ୍ୟାଳୟ : ବାଲି ମାଫିଆଙ୍କ ଭିତରେ କୋକୁଆ ଭୟ !!!

