ଧାର କରଜକୁ ନେଇ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ର କରୁଣ ପରିଣତି :  ଗୋଟିଏ ଜୁଇରେ ଜଳିଲା ବାପ ପୁଅ ଙ୍କ ଶବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ପଞ୍ଚାୟତ ର କେଶପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଧାର କରଜକୁ ନେଇ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଗୋଟିଏ ଦିନରେ ପୁଅର ବିଷ ପିଇ ଆତ୍ମ ହତ୍ୟା ଏବଂ ବାପ ର ମୃତ ଦେହ ରେଳ ଧାରଣା ରୁ ଉଦ୍ଧାର କରାଯାଇଛି । ଘଟଣା ରୁ ପ୍ରକାଶ ଯେ କେଶପୁର ଗ୍ରାମର ନବଘନ ପ୍ରଧାନ (୭୦) ଙ୍କ ର ୪ ପୁଅ , ଜଣେ ଝିଅ ! ବଡ ପୁଅ ପ୍ରାୟ ୧୪ ବର୍ଷ ପୂର୍ବେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବେଳେ ବିବାହିତ ଦୁଇ ପୁଅ, ଝିଅ ଏବଂ ସାନ ପୁଅ କୁ ନେଇ ନବଘନ ଙ୍କ ପରିବାର. ନବଘନ ଧାର ଉଦ୍ଧାର କରି କରଜରେ ବୁଡି ରହିଥିବା ବେଳେ ୩ ପୁଅ ବିଦେଶରେ ରହି କାମ କରୁଥିଲେ. ବଡ ଦୁଇ ପୁଅ ବିବାହିତ ଥିବାରୁ ସେମାନଙ୍କ ଅର୍ଜନ ନିଜ ନିଜ ର ପରିବାର ପୋଷଣ ରେ ସରୁଥିବା ବେଳେ, ସାନ ପୁଅ ତୋଫାନ ପ୍ରଧାନ (୩୦) ର ରୋଜଗାର ରେ ପରିବାର ର କରଜ ଶୁଝା ଯାଉଥିଲା ! ଗାଁ ଗହଳିରୁ ହାତ ଉଦ୍ଧାର କରି ୧୦ ଲକ୍ଷରୁ ଉର୍ଧ୍ଵ ଟଙ୍କାର କରଜରେ ବୁଡ଼ିଥିଲେ | ସେଥିରୁ ୫ ଲକ୍ଷ ଟଙ୍କା ବିବାହିତ ଝିଅକୁ ଦେଇଥିବା ଜାଣି ଗତ ୧୦ ଦିନ ତଳେ ବିଦେଶରୁ ଆସି ଏ ସବୁ ଶୁଣିଥିଲା ସାନପୁଅ ତୋଫାନ ପ୍ରଧାନ | ପରେ ଗତ ରାତିରେ ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ଲାଗିଥିଲା | ଏହାକୁ କେନ୍ଦ୍ର କରି ରାତି ୨ଟାରେ ବାପା ନବଘନ ସାଇକେଲ ନେଇ କୁଆଡେ ପଳେଇଯିବି କହି ଘରୁ ବାହାରିଥିଲେ ଏବଂ ବାପା ଘର ଛାଡି ପଳେଇ ବା ଯୋଗୁଁ ରାଗରେ ପୁଅ ତୋଫାନ ବିଷ  ଖାଇଦେଇଥିଲା | ଗ୍ରାମବାସୀ ମାନେ ତୁରନ୍ତ ତୋଫାନ ଙ୍କୁ ବାଣପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ବାଣପୁର ର ଡାକ୍ତର ତାଙ୍କୁ ଖୋର୍ଦ୍ଧା ରେଫେର କରିଥିବା ବେଳେ ସେଠାରେ ତାଙ୍କ ର ମୃତ୍ୟୁ ଘଟିଥିଲା | ଏପଟେ ଭୋରୁ ବାପାଙ୍କୁ ଖୋଜାଖୋଜି କରିବାରେ ବାଲୁଗାଁ ଷ୍ଟେସନ ନିକଟ ରେଳ ଧାରଣାରେ ବାପାର ମୃତ ଦେହକୁ ପାଇଥିଲେ ଏହାକୁ ଆତ୍ମ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଉଭୟ ଙ୍କ ଶବ ବ୍ୟବଛେଦ ପରେ ଗୋଟିଏ ଜୁଇ ଜୁଇରେ ଉଭୟ ବାପା ଓ ପୁଅ ଙ୍କୁ ସତ୍କାର କରାଯାଇଛି । ଘଟଣା ଟି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *