ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଜେନାଙ୍କ ପରିବେଶ କୁସୁମ ପୁସ୍ତକ ଉନ୍ମୋଚନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର କନଫେରନ୍ସ ହଲ ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଜେନାଙ୍କ ପୁସ୍ତକ ପରିବେଶ କୁସୁମ ଉନ୍ମୋଚିତ ହୋଇଯାଇଛି । ମାନ୍ୟବର ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ,ଜିଲ୍ଲା ବନଖଣ୍ଡ ଅଧିକାରୀ କେ ନାଗରାଜୁ , ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଉପସ୍ଥିତ ରହି ପୁସ୍ତକଟି ଉନ୍ମୋଚିତ କରାଯାଇଛି । ଏହି ପୁସ୍ତକରେ 50 ଟି କବିତା ରହିଛି । ବିଶେଷ କରି ଯୁବ ପିଢ଼ି ଛାତ୍ର ଛାତ୍ରୀ ପୁସ୍ତକ ଦ୍ଵାରା ଅନୁପ୍ରାଣିତ ହୋଇ ବୃକ୍ଷ ରୋପଣ କରି ଭବିଷ୍ୟତରେ ଯେପରି ପରିବେଶ ଦୂଷିତ ହେବ ନାହିଁ ତାହାକୁ ଲକ୍ଷ୍ୟ କରି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବନ ବିଭାଗର କର୍ମଚାରୀ ଛାତ୍ର ଛାତ୍ରୀ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *