ଅବହେଳିତ ହୋଇ ପଡିରହିଛି ରାମ ସାଗରରୁ ବାହାରିଥିବା କେନାଲ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବହେଳିତ ହୋଇ ପଡିରହିଛି ରାମ ସାଗରରୁ ବାହାରିଥିବା କେନାଲ ! ସଫା ହେଉନି କେନାଲ , ଆସୁନି ପାଣି , ଚାଷୀ କିପରି କରିବେ ଧାନ ଚାଷ , ଚିନ୍ତାରେ ଚାଷୀ କୁଳ ! ବିଭାଗର ଦୃଷ୍ଟି ପଡ଼ିବ କେବେ ? ରାମ ସାଗରରୁ ବାହାରିଥିବା କେନାଲ ଆଜି ପର୍ଯ୍ୟନ୍ତ ସଫା ହୋଇ ପାରୁନାହିଁ ! ବର୍ତମାନ ଖରିଫ ଋତୁ ଧାନ ଚାଷ ସକାଶେ ଚାଷୀ ସଜବାଜ ହେଲେଣି ! ଜମି ଚାଷ କରି ସମତୁଲ କଲେଣି , କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେନାଲ ଗୁଡ଼ିକ ସଫା ହୋଇପାରିଲା ନାହିଁ । ଧାନ ଚାଷ କିପରି କରିବେ ତାହାକୁ ନେଇ ଚାଷୀ ଏବେ ଚିନ୍ତାରେ ! ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜଳସେଚନ ବିଭାଗ ଦୃଷ୍ଟି ଦେଲେ ଚାଷୀ କୁଳ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *