ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଉତ୍କଳ ବାଳାଶ୍ରମ ପରିସରରେ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ମାନଙ୍କର ଅଧିକାର ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ! ପ୍ରତିବର୍ଷ ଜୁନ 12 ତାରିଖରେ ଶିଶୁ ଶ୍ରମ ବିରୋଧ ଦିବସ ପାଳନ କରାଯାଏ ! କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମ , ସମାଜ ପାଇଁ ଏକ ଅଭିଶାପ ବୋଲି କହିବା ସହିତ ଶିଶୁ ମାନଙ୍କୁ ଶିକ୍ଷା , ସୁରକ୍ଷା ଏବଂ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇବା ସମସ୍ତଙ୍କର ଦାୟିତ୍ୱ ବୋଲି ମତ ରଖିଥିଲେ !
ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ପାଳିତ !!!

