ଏକାମ୍ର ହାଟରେ “ସଜରେ ସଜରେ ରଜ ” – ପାଉଁଜି ଗୀତରେ ଝୁମିଲେ ଦର୍ଶକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ପହଲି ରଜର ପୂର୍ବଦିନ ସଜରେ ସଜରେ ରଜ କାର୍ଯ୍ୟକ୍ରମ ଭୁବନେଶ୍ୱର ଏକାମ୍ର ହାଟ ଠାରେ ସୁର ଭାଇବ୍ରେସନ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ସମାଜ ସେବୀ ମାନୀ ପଣ୍ଡା. ନବରରତ୍ନ କୋଲ ମାଇନ୍ସର ଡିଜିଏମ ଶ୍ରୀ ସୁବ୍ରତ କୁମାର ବିଶ୍ବାଳ, ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବିର, ଶିକ୍ଷାବିତ ଅଜନ୍ତା ପାଲ, ଗୁରୁ ଗୋବିନ୍ଦ ପାଳ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଡ଼ଃ ଗୋବିନ୍ଦ ଭୁଇଁଆ, ଡ଼. ପ୍ରଦ୍ୟୁମ୍ନ ପ୍ରଦ୍ୟୁମ୍ନ ଶତପଥୀ, ପ୍ରଖ୍ୟାତ ବକ୍ତା ଦୁର୍ଗା ଶଙ୍କର ମହାପାତ୍ର, ଗୀତିକାର ପଞ୍ଚାନନ ନାୟକ, ଶ୍ରୀ ମନୋଜ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ ବଦ୍ରୀ ନାରାୟଣ ପଟ୍ଟନାୟକ, ତୋଷାଳି କେୟାର ଫାଉଣ୍ଡେସନ ର ଶ୍ରୀମତୀ ବୈଦେହୀ ପ୍ରିୟା ଚାନ୍ଦ, ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି,, ପ୍ରଫେସର ଦାଶ ବେହେନୁର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିଖ୍ୟାତ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳଙ୍କର ସଙ୍ଗୀତ ଓ ନୃତ୍ୟ ପରିବେଷଣ ରେ ସମସ୍ତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ । ନୂଆ ଓଡ଼ିଆ ସିନେମା ଶିକାର ର ପ୍ରମୋସନ ହୋଇଥିଲା । ଓଡ଼ିଆ ସିନେମା ହିରୋ ଅମ୍ଳାନ ଓ ନାୟିକା ଏଲିନା ପ୍ରମୁଖ ଦର୍ଶକଙ୍କର ଆକର୍ଷଣ ସାଜିଥିଲେ । ସଂସ୍କୃତି ଗବେସିକା ଡ଼ଃ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ତତ୍ୱାବଧାନ କରିଥିଲେ । ରଜଦୋଳି, ପୋଡପିଠା ଓ ପାନର ମହକରେ ମଣ୍ଡପ ଉଚ୍ଛୁଳି ପଡୁଥିଲା । ୟୁଟୁବର ଦୁର୍ଗା ଶଙ୍କର ମହାପାତ୍ର ବକ୍ତବ୍ୟ ଓ ଦାସ ବେହେନୁରଙ୍କ ରଜ ସମ୍ଭାଷଣ ପ୍ରତେକଙ୍କୁ ଆକର୍ଷିତ କରିଥିଲା । ଡ଼. ରୋଜାଳିନ ପାଟ୍ଟଶାଣୀ ଓ ଶାଶ୍ୱତ ଯୋଶୀଙ୍କ ଅନୁଷ୍ଠାନ ପରିଚୟ ଓ ଲାସ୍ୟକଳା ଏହି କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *