ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପରିସ୍ଥତି ଆସିଲେ ସବୁ ବଦଳି ଯାଏ , ରାଜନୀତିରେ କିଛି ସ୍ଥାୟୀ ନୂହେଁ ! ନାଁ ଦଳ , ନାଁ ଚିହ୍ନ – ଏପରିକି ବିଜୟ ସମ୍ଭାବନା ଥିଲେ ନିର୍ବାଚନ ମଣ୍ଡଳୀ ମଧ୍ୟ ବଦଳେଇ ଦେଉଛନ୍ତି ନେତା ! କଟକ ଜିଲ୍ଲା ବାଙ୍କୀରେ ଏବେ ଦେଖିବାକୁ ମିଳିଛି ସେମିତି କିଛି ପରିବର୍ତ୍ତନ ! ବାଙ୍କୀ ରେ ବଦଳିଗଲା BJD ର ପୁରା ଫର୍ମ ! ବାଙ୍କୀ ରେ ବିଜୁ ଜନତା ଦଳ ହେଲା ବାଙ୍କୀ ଜନତା ଦଳ , ଅବଶ୍ୟ ଏହା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ! ବିଗତ କିଛି ମାସ ତଳେ ଧଳା ସବୁଜ ରଙ୍ଗର କ୍ୟାମୋଫ୍ଲେଜ ଥାଇ ନବୀନ ବାବୁ , ପ୍ରଭାତ ବାବୁ ଏବଂ ଏବେର ବିଧାୟକଙ୍କ ଫଟୋ ଥିବା କଭର ପେଜ ଆଉ ନାହିଁ ! ଡିପି ରେ ଥିବା ଫଟୋ ମଧ୍ୟ ବଦଳି ଯାଇଛି ! ତେବେ ଫେସବୁକ ରେ ଥିବା ଉକ୍ତ ପେଜ ର ନାଁ ଏବେବି BJD Banki ବୋଲି ରହିଛି ! ହେଲେ ବିଜେଡି ଅର୍ଥ ବିଜୁ ଜନତା ଦଳ ନୂହେଁ ବରଂ ବାଙ୍କୀ ଜନତା ଦଳ ବୋଲି ଉଲ୍ଲେଖ ରହିଛି !
ବିଜୁ ଜନତା ଦଳ ହେଲା ବାଙ୍କୀ ଜନତା ଦଳ !!!

