ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଷାଣୀ ବ୍ଲକ ର ରଣଦେବୀ ଗ୍ରାମ ନିକଟରେ ମା ଠାକୁରାଣୀ ଙ୍କ ମନ୍ଦିର ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ଙ୍କୁ ସ୍ୱାଗତ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା , ଏହା ପରେ ବିଧାୟକ ମନ୍ଦିର ପ୍ରାଙ୍ଗଣରେ ଠାକୁରାଣୀ ଙ୍କ ପୂଜାରେ ସାମିଲ ହୋଇ ଆଶୀର୍ବାଦ ଗ୍ରହଣ କଲେ l ଏହି ମନ୍ଦିର କାର୍ଯ୍ୟ ଦୀର୍ଘ ଦିନ ହେବ କାର୍ଯ୍ୟ ଚାଲିଥିଲା, ଏହି ମନ୍ଦିର ଚଳିତ ମାସ ରେ ସମ୍ପୂର୍ଣ ହୋଇଥିଲା ଓ ଆଜି ପ୍ରତିଷ୍ଠା ହୋଇଥିଲା । ଠାକୁରାଣୀ ଙ୍କ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସମେତ ଆରଏମସି ସଭାପତି ଗଜପତି ରାଓ ଏବଂ ହଜାର ହଜାର ସ୍ଥାନୀୟ ଗ୍ରାମ ର ଶ୍ରଦ୍ଧାଳୁ ଯୋଗଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ !
ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ : ଯୋଗଦେଲେ ପାରଳା ବିଧାୟକ !!!

