ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ କବିତା ଆସର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ,ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ “ମୌସୁମୀ” କବିତା ଆସର ଜିଲ୍ଲା ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସ ୮ ଓ ୯ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସାହିତ୍ୟ ମେଳା ଏବଂ ଅତିବଡୀ ଜଗନ୍ନାଥ ଦାସ ଜୟନ୍ତୀ ପାଳନ ସଂପର୍କରେ ଆଲୋଚନା ହୋଇଥିଲା।ପରେ ପରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ପ୍ରଭାରୀ ଡ଼ଃ କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ମୌସୁମୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ପରିଷଦର ସମସ୍ତ ସଦସ୍ୟ ବୃନ୍ଦ ମୌସୁମୀ ଓ ବର୍ଷା ଉପରେ ଅତି ସୁନ୍ଦର ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି ଅବସରରେ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଚେତନତାର ପ୍ରସାର ପାଇଁ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ଗଜପତି ପକ୍ଷରୁ ଏକ ଗଠନମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂସଦର ସଦସ୍ୟ, ସାହିତ୍ୟିକ, ଶିକ୍ଷାବିଦ୍ ଓ ସମାଜସେବୀମାନେ ଯୋଗଦେଇ ସାହିତ୍ୟ ଚର୍ଚ୍ଚା, ସଂଗଠନର ଭବିଷ୍ୟତ କାର୍ଯ୍ୟ ଯୋଜନା ଏବଂ ସାମାଜିକ ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ମତ ବିନିମୟ କରିଥିଲେ।ସଦସ୍ୟମାନଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରାର ଆଦାନ-ପ୍ରଦାନ ସହ ସାହିତ୍ୟିକ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପାଇଁ ସମସ୍ତେ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ। ଏହି ମିଳନ ସୌହାର୍ଦ୍ଦ୍ୟପୂର୍ଣ୍ଣ, ସହଯୋଗ ଓ ସାଂସ୍କୃତିକ ଏକତାର ଏକ ସୁନ୍ଦର ନିଦର୍ଶନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ, ଶ୍ରୀ ଶଶୀଭୂଷଣ ପଟ୍ଟନାୟକ, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀମତୀ ବରଦା ଆଚାର୍ଯ୍ୟ, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀମତୀ ସଙ୍ଗୀତା ପାତ୍ର, ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ସୁଶ୍ରୀ ଅଞ୍ଜନା ପଟ୍ଟନାୟକ, ଶ୍ରୀମତୀ ବବିତା ପୁରୋହିତ, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀ ଅମ୍ରିତ ପାଣିଗ୍ରାହୀ, ଶ୍ରୀ ସରୋଜ କୁମାର ପଣ୍ଡା ଓ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗଦେଇ ନିଜ ନିଜର ମୌସୁମୀ ବର୍ଷା ଉପରେ କବିତା ପାଠ କରିଥିଲେ।ସର୍ବଶେଷରେ ଶାନ୍ତିପାଠ ସହ ବୈଠକ ସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *