ନୟାଗଡ଼ରେ ଜିଲ୍ଲାସ୍ତରୀୟ ଭିବି-ଜୀ ରାମ ଜୀ ଯୋଜନାର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ବିକଶିତ ଭାରତ ରୋଜଗାର ଏଵଂ ଆଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି -୨୦୨୫ (ଭିବି -ଜୀ ରାମ ଜୀ )ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ,ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ଖଣ୍ଡପଡ଼ା, ଭାପୁର, ରଣପୁର, ଗଣିଆ, ଦଶପଲ୍ଲା, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିୟାରସିଂ, MGNREGA CO- ORDINATOR ମିତାଲି ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୋଜନାଟି ତା ୦୧.୦୭.୨୦୨୬ରିଖ ଠାରୁ ସାରା ଭାରତ ବର୍ଷରେ କାର୍ଯ୍ୟକାରୀ ହୋଇଯାଇଅଛି । ଏହି ଯୋଜନାର ସଫଳତା ଉପରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ ସେମାନଙ୍କର ମତବ୍ୟକ୍ତ ରଖିଥିଲେ । ଏହି ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମର ଏକ ବ୍ୟାପକ ବୈଧାନିକ ସଂସ୍କାର। ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବଳିଷ୍ଠ ପଦକ୍ଷେପ, ଯାହା ଗ୍ରାମୀଣ ଭାରତରେ ସମୃଦ୍ଧି ଏବଂ ସାମାଜିକ କଲ୍ୟାଣର ନୂତନ ଦ୍ୱାର ଖୋଲିବ । ଏହା ସଶକ୍ତିକରଣ, ବିକାଶ, ଅଭିମୁଖୀକରଣ ଏଵଂ ପରିପୂର୍ଣ୍ଣତାର ଦୃଢ଼ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ଶ୍ରମିକମାନଙ୍କ ପାଇଁ ପ୍ରତିବର୍ଷ ୧୨୫ଦିନର ନିଶ୍ଚିତ କର୍ମନିଯୁକ୍ତି ରହିବ। ଏହି ଯୋଜନା ଅନ୍ତର୍ଗତ ଚାରୋଟି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ଯେପରିକି ଜଳ ସୁରକ୍ଷା, ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକାରେ ଉନ୍ନତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ। ପଞ୍ଚାୟତ ସ୍ତରରେ ଗ୍ରାମୀଣ ମୌଳିକ ଭିତ୍ତିଭୂମି ନିର୍ମାଣ ଦ୍ୱାରା ଆୟ ବୃଦ୍ଧି ପାଇବ ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଶ୍ରମିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *