ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ଅମିତ ଭୂୟାଁ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ରାୟଗଡ଼। ବ୍ଲକ ମଣ୍ଡଳ ସାହି ର ଦିବ୍ୟାଙ୍ଗ ନିଜର ସମସ୍ୟା ପାଇଁ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ! ତାଙ୍କର ଶତକଡା ଷାଠିଏ ପ୍ରତିଶତ ଭିନ୍ନକ୍ଷମ ରହିଛି ଓ ସେ ଭତ୍ତା ପାଉଛନ୍ତି । ପାଞ୍ଚ ବର୍ଷ ବୟସରେ ଷାଠିଏ ପ୍ରତିଶତ ରହିଥିଲା , ବର୍ତ୍ତମାନ ତାଙ୍କୁ ଅଠର ବର୍ଷ ହେଲାଣି ! ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଅଟନ୍ତି , ପରିବାର ଉପରେ ନିର୍ଭର ! ତାଙ୍କୁ ଶହେ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ସହ ସରକାରଙ୍କ ପକ୍ଷରୁ ସହାୟତା ପାଇଲେ ଉପକୃତ ହୋଇ ପାରିବେ ! ସଂଶୋଧିତ ପ୍ରମାଣପତ୍ର ପାଇଲେ ସେ , ବର୍ଦ୍ଧିତ ଭତ୍ତା ତିନି ହଜାର ପାଞ୍ଚ ଶହ ପାଇ ପାରନ୍ତେ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *