ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୋଲିସ ବେଆଇନ ଦେଶୀ ମଦ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରଖିଛି । ରାଣୀପେଣ୍ଠ ଗାଁ ନିକଟ ଏକ ପୋଲ ତଳୁ ପ୍ରାୟ ୧୨୦ ଲିଟର ବେଆଇନ ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ପରେ ସୁଭାଷ ନଗରରେ ଚଢ଼ାଉ କରି ଶ୍ରୀମତୀ ଏମ୍. ସରୋଜିନୀଙ୍କ ଘରର ଆଲମିରା ଓ ରୋଷେଇ ଘରୁ ୧୧୫ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଥିଲା । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।
ବେଆଇନ ଦେଶୀ ମଦ ଉପରେ ଆଡ୍ଡା ଉପରେ ଚଢ଼ାଉ !!!

