କୋରାପୁଟ ରେ ଗର୍ଜିଲା ଜିଲ୍ଲା ଆଶା କର୍ମୀ ସଂଘ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ଗର୍ଜିଲା ଜିଲ୍ଲା ଆଶା କର୍ମୀ ସଂଘ l କୋରାପୁଟ ର ରାଜରାସ୍ତା ରେ ଆଜି ହଜାର ହଜାର ଆଶାକର୍ମୀ ଗର୍ଜିଲେ l ଭାରତୀୟ ମଜଦୁର ସଙ୍ଘ ନେତୃତ୍ୱ ରେ ଆଜି ବିଭିନ୍ନ ଦାବୀ ନେଇ ରାଜ ରାସ୍ତା ରେ ଗର୍ଜିଲେ ଆଶାକର୍ମୀ l ସ୍ଥାନୀୟ ହକି ପଡିଆ ସ୍ଥିତ ଶିଵ ମନ୍ଦିର ରୁ ଏକ ବିରାଟ ପଟୁଆର ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଂଚିଥିଲା ! ବିଭିନ୍ନ ଦାବୀ କୁ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦାବୀପତ୍ର ପଠାଇଛନ୍ତି l ବିଭିନ୍ନ ଦାବୀ ଗୁଡିକ ମଧ୍ୟ୍ୟରେ ସରକାରୀ ଭାବରେ 18 ହଜାର ଟଙ୍କା ମାସିକ ପ୍ରାପ୍ତ ହେବା , ପ୍ରତ୍ୟକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ କରିବା , ମୃତ୍ୟୁ କାଳୀନ ବୀମା ପ୍ରଦାନ କରିବା , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଏ ଏନ ଏମ ପଦବୀ ରେ ନିଯୁକ୍ତି ଦେବା , କାଯ୍ୟରୁ ଅବସର ନେଲେ ପ୍ରତିମାସ ରେ ପାଞ୍ଚ ହଜାର ଟଙ୍କା ସରକାରୀ ସ୍ତର ରେ ପ୍ରଦାନ କରିବା , ମୃତ୍ୟୁ କାଳୀନ ଟଙ୍କା ଦଶ ଲକ୍ଷ ପ୍ରଦାନ କରିବା ଓ କାଯ୍ୟକ୍ଷେତ୍ରରେ 5ଜି ମୋବାଇଲ ପ୍ରଦାନ କରିବା ଅନ୍ତର୍ଭୁକ୍ତ ଅଟେ l ଜିଲ୍ଲା ର ସମସ୍ତ ବ୍ଲକ ର ଆଶାକର୍ମୀ , ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ଷଡ଼ଙ୍ଗୀ , ସଂପାଦକ ଏ ଭୀମା ରାଓ , ଆଶାକର୍ମୀ ସଙ୍ଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷା ଜିମି ଖରା , ରାଜ୍ୟ ସଂପlଦିକା କମଳା ବେହେରା , କୋରାପୁଟ ଜିଲ୍ଲା ଆଶାକର୍ମୀ ସଙ୍ଘ ସଭାନେତ୍ରୀ ସୁଚିତ୍ରା ରାଣୀ ସେଠି , ସଂପlଦକ ଭବାନୀ ପୂଜାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *