ମହେନ୍ଦ୍ରଗିରି ହାଇସ୍କୁଲରେ ୩ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟଠାରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଂକୁ ବିଦାୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଂକ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ୨ ପୌରପରିଷଦର କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା,ପୂର୍ବତନ ପ୍ରଧାନଶିକ୍ଷକ ଲିଂଗରାଜ ପ୍ରସାଦ ଦାଶ,ବିଦ୍ୟାଳୟର ପୂର୍ବତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢୀ,ନିମାଇଁ ଚରଣ ପାତ୍ର, ସିଆରସିସିଂକ ସହ ସମ୍ୱର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟତ୍ରୀ ରାମଶଂକର ଗନ୍ତାୟତ,ସିଦ୍ଧେଶ୍ୱରୀ ପଣ୍ଡା ଓ କବିତା ରାଉତ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ।ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ମଂଚାସୀନ ଅତିଥି ମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଂକର ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତା ଓ ସହଯୋଗ ତଥା ଛାତ୍ରବସ୍ଛଳତା ଉପରେ ନିଜର ମନ୍ତବ୍ୟ ରଖିଥିଲେ।ସେମାନଂକର ନିରାମୟ ଜୀବନ ସହ ଆହୁରି ପ୍ରଗତି, ସୁନାମ ଓ ସମ୍ମାନ ଆଣିବାକୁ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଏହିକି ଶିକ୍ଷକ ରାମଶଂକର ଗନ୍ତାୟତ ଓ ଶିକ୍ଷୟତ୍ରୀ ସିଦ୍ଧେଶ୍ୱରୀ ପଣ୍ଡା ଅବସର ନେଇଥିବା ବେଳେ ମୁଖ୍ଯମନ୍ତ୍ରୀ ସମ୍ମାନିତା ଶିକ୍ଷୟତ୍ରୀ କବିତା ରାଉତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ପଦୋନ୍ନତି ପାଇଛନ୍ତି।ନିଜର ପ୍ରତ୍ୟୁତରରେ ସମ୍ୱର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ପ୍ରତି ନିଜର ଆନୁଗତ୍ଯ ତଥା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀ ମାନଂକ ସହ ନିବିଡ ସମ୍ପର୍କ ସ୍ମୁତି ହୋଇ ରହିବ ନିଜର ମନ୍ତବ୍ୟରେ ପ୍ରକାଶ କରିଥିଲେ।କେତେ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ଓ ଆବେଗ ହୋଇଥିବା ଅନୁଭବ କରାଯାଇଥିଲା।

Leave a Reply

Your email address will not be published. Required fields are marked *