ପାରଳା ପୌର ପରିଷଦ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଆଜି ସହରର ଗୁଣ୍ଡିଚା ବାଡି ପ୍ୟାଲେସ ବଜାର ପାଖରେ ଜବରଦଖଲ ଉଛେଦ କରାଯାଇଛି ! ଡ୍ରେନ ଅବରୋଧ କରିଥିବା ଉଠା ଦୋକାନୀ ଗୁଡ଼ିକୁ ଉଠାଯାଉଛି । ଆଗକୁ ରଥଯାତ୍ରା ରହିଥିବାରୁ ଭକ୍ତ ଙ୍କ ସମାଗମ ରହିବ , ଭିଡ଼ ଜମିବ ! ତେଣୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି , ଯେପରି ଭକ୍ତ ସୁରୁଖୁରୁ ରେ ଠାକୁରଙ୍କ ଦର୍ଶନ କରି ପାରିବେ । ରଥଯାତ୍ରା ସମୟରେ ଯେପରି ଯାତାୟାତ ରେ ଅସୁବିଧା ହେବନି , ଭକ୍ତ ସୁବିଧାରେ ଯାତ୍ରା ବୁଲି ପାରିବେ ଏବଂ ଦର୍ଶନ କରିପାରିବେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ! ପାରଳା ତହସିଲଦାର ନାରାୟଣ ବେହେର।, ଉପଜିଲ୍ଲାପାଳ ଅନୁପ ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ରହି ଉଛେଦ କାର୍ଯ୍ୟ ହୋଇଥିଲା !

Leave a Reply

Your email address will not be published. Required fields are marked *