32 ତମ ରାଜ୍ୟ ଯୋଗାସନ ଖେଳ ଚମ୍ପିୟାନ : ପ୍ରଥମ ସ୍ଥାନ ରେ ବାଙ୍କୀର ତେଜସ୍ୱିନୀ ଲେଙ୍କା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶା ଯୋଗ କିଶୋରୀରେ ପ୍ରଥମ ସ୍ଥାନ ଅଧିକାର କଲେ ବାଙ୍କୀର ତେଜସ୍ୱିନୀ ଲେଙ୍କା | ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତେଜସ୍ୱିନୀ ! ଓଡିଶା ଯୋଗ ସଙ୍ଘ ଏବଂ ରାଜ୍ୟ ସରକାରଙ୍କ ଯୁବ ଓ ଖେଳ ବିଭାଗର ମିଳିତ ଆୟୋଜନରେ କଟକର କଳିଙ୍ଗ ଜିନ୍ମାସିୟମରେ 32 ତମ ରାଜ୍ୟ ଯୋଗାସନ ଖେଳ ଚମ୍ପିୟାନ ଆଜି ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥବା ଡମପଡା ବ୍ଲକ କୁସୁପଙ୍ଗି ଗାଁର ଝିଅ ତଥା ବାଙ୍କୀ, ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତେଜସ୍ୱିନୀ ଲେଙ୍କା “ଓଡିଶା ଯୋଗ କିଶୋରୀ -2026 “ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ପୂର୍ବରୁ କୁନି ଯୋଗଗୁରୁ ତେଜସ୍ୱିନୀ ଲେଙ୍କା ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ମଞ୍ଚରେ ନୃତ୍ୟ ମାଧ୍ୟମରେ ନିଜର ଯୋଗ ପ୍ରତିଭାକୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି | ଭବିଷ୍ୟତରେ ଜଣେ ଭଲ ଓଡିଶୀ ନୃତ୍ୟଶିଳ୍ପୀ ସହିତ ଯୋଗ ଅଧ୍ୟାପିକା ହେବାର ଲକ୍ଷ ରଖିଛନ୍ତି | ତେଜସ୍ୱିନୀ ଲେଙ୍କାଙ୍କ ଏହି ସଫଳତା ପାଇଁ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରକୃତିବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ, ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, କୁସୁପଙ୍ଗି ସରପଞ୍ଚ ନରେଶ ବେଉରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *