ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ର ଖ୍ୟାତନାମା ଅନୁଷ୍ଠାନ – ଏଡି ଷ୍ଟୁଡିଓ କୁ ପୁରିଲା ଏକ ବର୍ଷ ! ବାଙ୍କୀ ରେ ସଙ୍ଗୀତର ସଂପୂର୍ଣ୍ଣ ଏବଂ ପ୍ରସିଦ୍ଧ ପ୍ରତିଷ୍ଠାନ – ଏଡି ଷ୍ଟୁଡିଓ ତାର ଏକ ବର୍ଷ ପୂରଣ କରିଛି ! ଗାୟକ , ସଙ୍ଗୀତ ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ ଏବଂ ଯୁବ କଳାକାର ଅନନ୍ତ ରଣା ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ତାର ସଫଳତାର ଯାତ୍ରା ଜାରି ରଖିଛି ! ବାଙ୍କୀ ଅଂଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଚାଳନ ସହିତ ସଙ୍ଗୀତ ପ୍ରସ୍ତୁତି , ରେକର୍ଡିଙ୍ଗ ଏବଂ ବିଜ୍ଞାପନ ପ୍ରସ୍ତୁତିରେ ଲୋକଙ୍କର ଖୁବ ଆସ୍ଥାଭାଜନ ପାଲଟିଛି – ଏଡି ଷ୍ଟୁଡିଓ ! ଶୁଣନ୍ତୁ ପ୍ରଥମ ବର୍ଷର ଅନୁଭୂତି ନେଇ କଣ କହୁଛନ୍ତି ଦେବୀଦତ୍ତ ବିଭୁତିରାୟ – ବାଙ୍କୀ ପରି ସେମି ଅର୍ବାନ ଏରିଆ ରେ ନିବେଶ ଅନୁସାରେ ଆୟ କମ ହେଉଥିଲେବି ଆଗାମୀ ଦିନରେ ପରିଶ୍ରମ ର ଫଳ ମିଳିବ ବୋଲି ପ୍ରତିଷ୍ଠାତା ଆଶା ରଖିଛନ୍ତି ! ନିର୍ବାଚନୀ ସଙ୍ଗୀତ ଏବଂ ସ୍ଲୋଗାନ ପ୍ରସ୍ତୁତିରେ ବେଶ ପାରଙ୍ଗମ ଦେବୀଦତ୍ତ – ଅନନ୍ତ ଯୋଡି ତ୍ରିସ୍ତରୀୟ ପାଞ୍ଚଟା ନିର୍ବାଚନରେ ବ୍ୟବସାୟ ନେଇ ବେଶ ଆଶାବାଦୀ ଅଟନ୍ତି !
ବାଙ୍କୀ ର ଖ୍ୟାତନାମା ଅନୁଷ୍ଠାନ – ଏଡି ଷ୍ଟୁଡିଓ କୁ ପୁରିଲା ଏକ ବର୍ଷ !!!

