ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : E20 ପେଟ୍ରୋଲ୍ର ବ୍ୟବହାର ଦ୍ୱାରା ଗାଡ଼ି, ଉପଭୋକ୍ତା ଏବଂ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ଜନମତକୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ ଟାଉନ୍ ହଲ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ୧୬ ଅଗଷ୍ଟ ୨୦୨୬, ରବିବାର ଦିନ ଅପରାହ୍ନ ୩:୩୦ ଘଟିକା ରେ ଭୁବନେଶ୍ୱରସ୍ଥିତ The Institution of Engineers (India), Odisha State Centre ପରିସରରେ ଅନୁଷ୍ଠିତ ହେବ । E20 ପେଟ୍ରୋଲ୍ର ପ୍ରଭାବକୁ ନେଇ ଗାଡ଼ି ମାଲିକ, ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ପରିବହନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ଅଟୋମୋବାଇଲ୍ ବିଶେଷଜ୍ଞ, ସାମାଜିକ କର୍ମୀ ଏବଂ ସାଧାରଣ ଉପଭୋକ୍ତାଙ୍କ ମତାମତ ଓ ପ୍ରଶ୍ନକୁ ଏହି ଟାଉନ୍ ହଲ୍ରେ ଗୁରୁତ୍ୱ ଦିଆଯିବ ।
ବିଶେଷ କରି ନିମ୍ନଲିଖିତ ପ୍ରସଙ୍ଗ ଉପରେ ଆଲୋଚନା ହେବ—
– E20 ପେଟ୍ରୋଲ୍ରେ ଗାଡ଼ିର ମାଇଲେଜ୍ ଓ ଇଞ୍ଜିନ୍ କାର୍ଯ୍ୟଦକ୍ଷତା ଉପରେ କ’ଣ ପ୍ରଭାବ ପଡ଼ୁଛି?
– ପୁରୁଣା ଗାଡ଼ିଗୁଡ଼ିକ ପାଇଁ E20 କେତେ ସୁରକ୍ଷିତ?
– E20 ଯୋଗୁଁ ଗାଡ଼ି ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିବ କି?
– ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ଆର୍ଥିକ ପ୍ରଭାବ କ’ଣ?
– ଉପଭୋକ୍ତାଙ୍କୁ ବିକଳ୍ପ ଇନ୍ଧନ ବାଛିବାର ସୁଯୋଗ ମିଳିବା ଉଚିତ କି?
– ଗାଡ଼ି ମାଲିକ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ପଦକ୍ଷେପ କ’ଣ ହେବା ଆବଶ୍ୟକ?
– “ପେଟ୍ରୋଲ୍ରେ ଇଥାନଲ୍ ମିଶ୍ରଣ ବଢ଼ିଲା, ତେବେ ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ୍ ଦର କାହିଁକି କମିବ ନାହିଁ?
ଜନସାଧାରଣଙ୍କୁ ଆହ୍ୱାନ
ଭୁବନେଶ୍ୱର ତଥା ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ଟାଉନ୍ ହଲ୍ରେ ଯୋଗଦେଇ E20 ପେଟ୍ରୋଲ୍ ସମ୍ପର୍କିତ ନିଜର ପ୍ରଶ୍ନ, ଅଭିଜ୍ଞତା ଓ ମତାମତ ରଖିବାକୁ ଆହ୍ୱାନ କରାଯାଉଛି। E20 ପେଟ୍ରୋଲ ସମ୍ପର୍କିତ ଅଭିଜ୍ଞତା ଥିବା ଯେକୌଣସି ବ୍ୟକ୍ତି ବିଶେଷ ଏହି ଆଲୋଚନାରେ ଭାଗ ନେବାପାଇଁ ଉଦ୍ୟୋକ୍ତା ମାନେ ଆହ୍ୱାନ ଜଣାଇଛନ୍ତି l ଯେଉଁମାନେ ଭୁବନେଶ୍ବର ଆସି ନ ପାରିବେ ସେମାନେ ୟୁଟ୍ୟୁବ ମାଧ୍ୟମରେ ଯୋଡ଼ିହେବା ପାଇଁ ନିବେଦନ କରାଯାଇଛି l
“ଯେଉଁ ପ୍ରସଙ୍ଗ ସିଧାସଳଖ ଭାବେ ଜନସାଧାରଣଙ୍କ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରୁଛି, ସେଥିରେ ଜନତାଙ୍କ ପ୍ରଶ୍ନର ଉତ୍ତର ମିଳିବା ଦରକାର।”

