ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ୧୩ତମ ଆଖଡ଼ା ପୂଜା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର କୋଣ ଅନୁକୋଣରେ ଚହଳ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କସବା- ମଙ୍ଗଳପୁର ସ୍ଥିତ ନୃତ୍ୟ ଅନୁଷ୍ଠାନ ଡ଼ଲଫିନ୍‌ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପର ଟ୍ରୟୋଦଶ ଆଖଡ଼ାପୂଜା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଆୟୋଜିତ ଆଖଡ଼ା ସଭା ଡ୍ୟାନ୍ସ ଗ୍ରୁପର ନିର୍ଦେଶକ ମାଷ୍ଟର ମିହିର କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅତିଥି ଭାବରେ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ, ସାମ୍ବାଦିକ କାଶୀନାଥ ଦାସ, ଶିଶୁକବି ଧୀରେନ୍ଦ୍ର କୁମାର ମଲ୍ଲିକ, ସମାଜସେଵୀ ଶ୍ରୀକୃଷ୍ଣ ପାତ୍ର,ସ୍ବେତ୍ସାସେବୀ ଶ୍ରୀକ୍ଷେତ୍ର ସାହୁ ଆଦି ଯୋଗଦାନ କରି ଦୀର୍ଘ ବାର ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। କଳା, ସାହିତ୍ୟ, ସଂସ୍କୃତିର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସହ ସମାଜସେବା କ୍ଷେତ୍ରରେ ଏହା ଆଗଧାଡିରେ ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯମୁନା ନାୟକ, ପ୍ରଭାସ ଯେନା, ଅଙ୍କିତା ମହାପାତ୍ର, ସର୍ବେଶ୍ୱର ବାରିକ, ଦୀପଙ୍କର ଯେନା,ସ୍ମୃତିମୟୀ ଯେନା, ଜିତେନ୍ଦ୍ର ଦିଘୀ,ପ୍ରଜ୍ଞା ପରିମିତା ସାହୁ, ଜୟଦର୍ଶିନୀ ଯେନା, ଦିପ୍ତୀରଞ୍ଜନ ପ୍ରଧାନ ଆଦି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *