ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ ! ପରେ ତହସିଲ କର୍ତ୍ତୃପକ୍ଷଙ୍କୁ ହାତ କରି ଜମିର ପଟା ବାହାର କରି ଏବେ ଅନ୍ୟ ଲୋକଙ୍କୁ ଚଢା ଦରରେ ବିକ୍ରୀ କରୁଛନ୍ତି ଜମି ! ହେଲେ ଜମି କିଣିବା ଲୋକ ଘର ନିର୍ମାଣ ପାଇଁ ଆସିବା ବେଳେ ପ୍ରକୃତ ମାଲିକ କଲେ ବିରୋଧ ! କଥା କଟାକଟି ରୁ ଘଟଣା ଯାଇ ପହଁଚିଲା ଥାନାରେ ! ତେବେ ଉକ୍ତ ଜମି ଉପରେ ମାନ୍ୟବର ଅଦାଲତଙ୍କ ସ୍ଥିତାବସ୍ଥା ଆଦେଶ ଥିବାରୁ ନିର୍ମାଣ କାମ ବନ୍ଦ ରଖିବାକୁ କହିଲା ପୁଲିସ ! ଭୁବନେଶ୍ୱର ତହସିଲ ଘାଟିକିଆ ରାଜସ୍ବ ସର୍କଲ ଅଧିନସ୍ଥ ଆଇଗିଣିଆ ମୌଜାରେ ଦେଖିବାକୁ ମିଳିଛି ଏପରି ଘଟଣା ! ଆଇଗିଣିଆ ଗ୍ରାମର ବିଜୟ କୁମାର ମହାରଣା ଆଣିଛନ୍ତି ଏପରି ଅଭିଯୋଗ !

Leave a Reply

Your email address will not be published. Required fields are marked *