ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଝାମି ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଝାମି ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଝାମି ସରକାରୀ ଉଚ୍ଚ ବିଦ୍ୟାଳୟର ଆୟୋଜନ ରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ଝାମି ଜୋନ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ତ୍ରିରଙ୍ଗା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଝାମି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦିନୀ ପାଇକ ଏ ସଂକ୍ରାନ୍ତରେ ଉଦବୋଧନ ଦେଇଥିଲେ। ଏତଦ୍ବ୍ୟତୀତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯଥା ଶ୍ରୀ ରଞ୍ଜିତ କୁମାର ଶବର, ଶ୍ରୀ ଶ୍ରୀନିବାସ ରାଓ, ଶ୍ରୀ ଶିବରାମ ଭୂୟାଁ, ଶ୍ରୀ R. ସନମୁଖା ରାଓ, ଶ୍ରୀ J. ଜିତେନ୍ଦ୍ର ପ୍ରସାଦ, ଶ୍ରୀମତୀ ଭକ୍ତିଲତା ରାଉତ ପ୍ରମୁଖ, ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ବିଭାଗରେ ନିଜର ପ୍ରତିଭା, ଦକ୍ଷତା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବର ପରିଚୟ ଦେଇଥିଲେ। ପ୍ରତିଯୋଗିତା ସମୟରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଓ ପ୍ରତିଦ୍ୱନ୍ଦ୍ୱିତାର ଭାବ ପରିଲକ୍ଷିତ ହୋଇଥିଲା। ବିଜୟୀ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଭବିଷ୍ୟତରେ ଅଧିକ ଉତ୍କର୍ଷ ସାଧନ ପାଇଁ ପ୍ରେରଣା ଦିଆଯାଇଥିଲା।

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜକ ଝାମି ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତାଗୁଡ଼ିକର ସୁଚାରୁ ପରିଚାଳନା ଓ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

 

Leave a Reply

Your email address will not be published. Required fields are marked *