ତାଳବସ୍ତ ଏବଂ ଦୁଲଣାପୁରରେ ନିଶା ମୁକ୍ତ ଭାରତ ଅଭିଯାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଯୁବପୀଢ଼ିଙ୍କ ଭିତରେ ଆଧ୍ୟାତ୍ମିକ ଏବଂ ନୈତିକ ଶିକ୍ଷାର ଘୋର ଅଭାବ ସାମ୍ପ୍ରତିକ ସମୟରେ ଦେଖାଦେଇଛି | ନିଶା ସେବନ ଏବଂ ବିଭିନ୍ନ କଥାକୁ ନେଇ ଦୁଶ୍ଚିନ୍ତା ରହିବା ଫଳରେ ମାନସିକ ରୋଗ ବହୁ ମହିଳା ଓ ଯୁବ ପିଢ଼ିଙ୍କ ଠାରେ ଦେଖା ଦେଉଛି | ସେଥିରୁ ରକ୍ଷା ପାଇବା ପାଇଁ ତଥା ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ଆଧ୍ୟାତ୍ମିକ ଅନୁଷ୍ଠାନ ଡମପଡାର ଓମ୍ ଶାନ୍ତି ପରିବାର ତରଫରୁ ଆଜି ଡମପଡା ବ୍ଳକ ଅନ୍ତର୍ଗତ ଦୁଲଣାପୁର ଉଚ୍ଚ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅରପୁର ପ୍ରାଥମିକ ବିଦ୍ୟାଳୟ ଏବଂ ତାଳବସ୍ତ ସରକାରୀ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୃଥିକ ପୃଥକ ଭାବେ ନିଶା ନିବାରଣ ସଚେତନ କର୍ମଶାଳା ଆୟୋଜିତ ହୋଇଥିଲା | ଡମପଡା ବ୍ରହ୍ମା କୁମାର ବିରଞ୍ଚି ଭାଇ ଓ ସ୍ୱପ୍ନା ଭଉଣୀଙ୍କ ସଂଯୋଜନା ରେ ଆୟୋଜିତ ସଚେତନତା ଶିବିରରେ ବହୁ ସମାଜସେବୀ ଭାଇ ଭଉଣୀ , ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉରା, ବନମାଳୀ ରାଉତ, ଲିଜା ରାଉତ, ସଂଜୀବ ନାୟକ, ଶିକ୍ଷୟିତ୍ରୀ ପ୍ରେମିଲତା ଲେଙ୍କା ପ୍ରମୁଖ ଅତିଥି ବିଚାରକ ଭାବେ ଯୋଗ ଦେଇ ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ | ସମସ୍ତ ବିଦ୍ୟାଳୟର ପିଲାମାନେ ନିଶା ଠାରୁ ଦୁରେଇ ରହିବା ପାଇଁ ଏକ ସାମୁହିକ ଶପଥ ପାଠ କରିଥିଲେ |

Leave a Reply

Your email address will not be published. Required fields are marked *