ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଯୋଗ ମହୋତ୍ସବ ସମିତି ଆୟୋଜିତ ଯୋଗ ସଂଗଠନ ସମ୍ମିଳନୀ ସ୍ଥାନୀୟ ବାଇଆ ବାବା ମଠ, ରୂପାଲି ଛକ ନିକଟରେ ଅନୁଷ୍ଠିତ ହେଇଥିଲା । ଏହି ସମ୍ମିଳନୀ କୁ ସମିତି ସଭାପତି ଶ୍ରୀ ଆଲୋକ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଯୁଗ୍ମ ସମ୍ପାଦକ ଶ୍ରୀ ସତ୍ୟଶୋଭନ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପୂର୍ବ କ୍ଷେତ୍ର ର ସହ କ୍ଷେତ୍ର ପ୍ରଚାରକ ଶ୍ରୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା ଯୋଗ ଦେଇଥିଲେ । ତାଙ୍କ ଅଭିଭାଷଣ ରେ ସେ ଓଡ଼ିଶା ର ସ୍ୱାସ୍ଥ୍ୟ ର ବିକାଶ ପାଇଁ ଯୋଗ ଓ ବ୍ୟାୟାମ ର ଆବଶ୍ୟକତା ଓ ଯୋଗ କୁ ବୈପ୍ଳବିକ ପରିବର୍ତ୍ତନ ପାଇଁ ସମସ୍ତ ଯୋଗ ସଂଗଠନ କୁ ଆହ୍ୱାନ ଦେଇଥିଲେ ତତସହିତ ସାମାଜିକ ପରିବର୍ତ୍ତନ ରେ ଯୋଗ ର ମୁଖ୍ୟ ଭୂମିକା ବିଷୟ ରେ ଆଲୋକପାତ କରିଥିଲେ । ଯୋଗ ମହୋତ୍ସବ ସମିତି ର ସଂସ୍ଥାପକ ସଦସ୍ୟ ସ୍ୱାମୀ ପ୍ରଣରୂପାନନ୍ଦ ପୁରୀ ଯୋଗ ମହୋତ୍ସବ ର ଭୂମିକା ପ୍ରାରମ୍ଭ ରୁ ସମାଜ ପରିବର୍ତ୍ତନ ରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛି । ଏହା କେବଳ ଭୁବନେଶ୍ୱର ରେ ସୀମିତ ନ ରହି ସାରା ରାଜ୍ୟ ରେ ଅର୍ଥାତ୍ ଗ୍ରାମ ରୁ ସହର ଯାଏଁ କାମ କରୁଛି । ଅନ୍ୟ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ମହନ୍ତ ନିଗମାନନ୍ଦ ଆଶ୍ରମ, ବାବାଜୀ ଭକ୍ତି ଚୈତନ୍ୟ ଦାସ, ବାଇଆ ବାବା ମଠ ମହନ୍ତ , ସ୍ୱାମୀ ଜିଜ୍ଞାସା ନନ୍ଦ ସରସ୍ୱତୀ ଶ୍ରୀ ଗୀତା କ୍ଷେତ୍ର ସଂସ୍ଥାପକ, ବାବା ରମେଶ ଦାସ, ସନ୍ଥ ଭୀମ ଭୋଇ ଚାରିଟେବୁଲ ଟ୍ରଷ୍ଟ, ନିଜ ନିଜ ଆଶ୍ରିବଚନ ରେ ଯୋଗ ର ପ୍ରଚାର ପ୍ରସାର ପାଇଁ ଆମେ ସମସ୍ତେ ତତ୍ପର ହେବା ଦରକାର । ଭାରତୀୟ ଜ୍ଞାନ ପରମ୍ପରାର ପ୍ରତୀକ ଓ ଆମ ର ଆସ୍ଥା ଯୋଗ ଶାସ୍ତ୍ର । ତେଣୁ ଅଷ୍ଟାଙ୍ଗ ଯୋଗ ରେ ଯମ ନିୟମ ଆସନ ପ୍ରାଣାୟାମ ଆଦି ସମାଜ କୁ ନୂଆ ଦିଗ ଦେବ ଏଥିରେ ସନ୍ଦେହ ନାହିଁ । ଓଡ଼ିଶା ରେ ଯୋଗ କୁ ପ୍ରଚାର ଓ ପ୍ରସାର କରୁଥିବା ବିଭିନ୍ନ ସଂଗଠନ କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇଥିଲା ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ୨୧ ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ କୁ ସମସ୍ତେ ସଫଳ ଭାବେ ଜନମାନସ ରେ ପାଳନ କରିବା ସହ ଯୋଗ ପ୍ରତି ସଚେତନ ସୃଷ୍ଟି କରିଥିଲେ । ଅନୁଷ୍ଠାନ ତରଫ ରୁ ସମସ୍ତ ଙ୍କୁ ସାଧୁବାଦ ଦିଆଯିବା ସହ ଆଗାମୀ ଦିନ ରେ ସମସ୍ତେ ମିଶି କିଭଳି ଯୋଗ ର ଯାତ୍ରା କୁ ଆଗକୁ ନେବା ସମିତି ତରଫ ରୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପସଭାପତି ଶ୍ରୀମତୀ ଅସୀମା ସାହାଣୀ, କୋଷାଧ୍ୟକ୍ଷ ଚନ୍ଦନ ପ୍ରଧାନ, ୱାଇ ସି ବି ଅଧ୍ୟକ୍ଷ ଡଃ ସନତ ପଟ୍ଟନାୟକ, ରାଜ୍ୟ ସଂଗଠକ ପ୍ରେମାନନ୍ଦ ନାଥ, ପ୍ରଫୁଲ୍ଲ ପ୍ରଧାନ, ପ୍ରଣବ ରାୟ,ସଂଯୋଜକ ଅମୀୟ ଦାସ, ଜ୍ୟୋତି ପ୍ରକାଶ ସ୍ୱାଇଁ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ ।
ଯୋଗ ମହୋତ୍ସବ ସମିତି ଦ୍ୱାରା ଯୋଗ ସଂଗଠନ ସମ୍ମିଳନୀ ଆୟୋଜିତ !!!

