ଗଜପତି ର ପୁରପଲ୍ଲୀ ଓ ଘରେ ଘରେ ଜନ୍ମାଷ୍ଟମୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ର ପୁରପଲ୍ଲୀ ଓ ଘରେ ଘରେ ଜନ୍ମାଷ୍ଟମୀ ପାଳିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଆଖ ପାଖ ପୁରପଲ୍ଲୀ ଓ ଘରେ ଘରେ ଜନ୍ମାଷ୍ଟମୀ ଉତ୍ସବ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ମନ୍ଦିର ଗୁଡ଼ିକରେ ଭକ୍ତମାନେ ନଡ଼ିଆ କଦଳୀ ଧୂପ ଦୀପ ରାଶି ଲଡୁ, ମୁଆଁ ପ୍ରଭୃତି ପୂଜା ସାମଗ୍ରୀ ଧରି ପୂଜା ଅର୍ଚ୍ଚନା କରିଛନ୍ତି । ସେହିଭଳି ଘରେ ଘରେ ମଧ୍ୟ ପୂଜା ଅର୍ଚ୍ଚନା ହୋଇଛି । କୃଷ୍ଣ ଜନ୍ମ ଭାଗବତ ପାଠ କରାଯାଇଛି । ଅତି ଆନନ୍ଦ ଉଲ୍ଲାସରେ ଏହି ଦିନଟି ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *