ପ୍ରଶାସନର ଦୃଷ୍ଟି ଆଢୁଆଳରେ ଗ୍ରାମାଞ୍ଚଳ ପ୍ରମୋଦ ଉଦ୍ୟାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀର ସର୍ବ ବୃହତ୍ତମ ଗ୍ରାମ ପଂଚାୟତ ହେଉଛି ଡମପଡା ବ୍ଲକର ତାଳବସ୍ତ ଗ୍ରାମ ପଂଚାୟତ | ପୂର୍ବ ରାଜ୍ୟ ସରକାରଙ୍କ ସମୟରେ କେନ୍ଦ୍ର ସରକାରଙ୍କ ସ୍ମାଟ ଭିଲେଜ ଅଧିନରେ ତାଳବସ୍ତ ଗ୍ରାମ ପଂଚାୟତ ଆସିଲାପରେ ବହୁତ ଗୁଡିଏ ଉର୍ଣ୍ଣୟନ ମୂଳକ କାର୍ଯ୍ୟକ୍ରମ ଏଠାରେ ହୋଇଥିଲା | ଗ୍ରାମାଞ୍ଚଳ ଲୋକଙ୍କୁ ସହରୀ ସଭ୍ୟତାର ପରିବେଶ ମିଳିବା ସହିତ ବ୍ୟାୟାମ ଓ ଦେହମନର ସୁସ୍ଥତା ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିଲା ଗ୍ରାମାଞ୍ଚଳ ପ୍ରମୋଦ ଉଦ୍ୟାନ | ଫେବୃଆରୀ 28 ତାରିଖ 2021 ମସିହାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବର୍ତ୍ତମାନର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ଏହାର ଶୁଭ ଉଦଘାଟିତ ହୋଇଥିଲା | ଏହାର ସୁରକ୍ଷା ଦାୟିତ୍ୱ ନେବା ପାଇଁ ପଂଚାୟତ ତରଫରୁ ଜଣେ ଲୋକ ରହିବାର ବ୍ୟବସ୍ଥା ମଧ୍ୟ ହୋଇଥିଲା | କିନ୍ତୁ ଉଦ୍ୟାନ ନିର୍ମାଣ ହେବାର ବର୍ଷକ ପରେ ତାଳବସ୍ତର ସମସ୍ତ ଜନ ପ୍ରତିନିଧି ପରିବର୍ତ୍ତନ ହୋଇଗଲେ | ମନରେଗା ଦୁର୍ନୀତିରେ ସେହି ସମୟରେ ତାଳବସ୍ତ, ଦୁଲଣାପୁର ଏବଂ କୁସୁପଙ୍ଗି ପଂଚାୟତ ଚର୍ଚ୍ଚାରେ ରହିଥିଲା |ପରବର୍ତ୍ତୀ ସମୟରେ ଯେଉଁ ନୂତନ ସରପଞ୍ଚ ଆସିଲେ ତାଙ୍କର ପାଦ ପାଞ୍ଚ ବର୍ଷରେ କେବେ ଏହି ଉଦ୍ୟାନ ଉପରେ ପଡ଼ିନାହିଁ | ଜନ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ ଉଦ୍ୟାନରେ ଥିବା ଲକ୍ଷାଧିକ ଟଙ୍କାର ଖେଳନା ଚୋରି ହେଲା | ଲୁହା ଫାଟକ, ଦୋଳି ସବୁ ସ୍ଥାନୀୟ ଲୋକମାନେ ଏବଂ ଧଳାଜହର ପାର୍ଟି ନେଇଗଲେ | ତିଆରି ହୋଇଥିବା ସୁନ୍ଦର ପରିବେଶ ଉପରେ ବର୍ତ୍ତମାନ ହିଂସ୍ରଜନ୍ତୁ ବାରହା, ବିଲୁଆ, ସାପ ଙ୍କ ଆଶ୍ରୟସ୍ଥଳି ପାଲଟିଛି |ରାତିହେଲେ ଚୋର ଗଞ୍ଜୋଡ଼ ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟୁଛି | ଏ ସମ୍ପର୍କରେ ଡମପଡା ବିଡ଼ିଓ ଅଂଶୁମାନ ଦାସଙ୍କ ପ୍ରତିକ୍ରିୟା ନେବାରେ କହିଲେ, ତାହାକୁ ଆଉଥରେ ନବୀକରଣ ପାଇଁ ନୂଆ ପ୍ରୋଜେକ୍ଟରେ ଅନୁଦାନ ଦିଆ ହୋଇ କାମ କରାଯିବ |ତାଳବସ୍ତ ପଂଚାୟତ ସରପଞ୍ଚ ପ୍ରତିନିଧି ଆଲୋକ ସାହୁ କୌଣସି ମତାମତ ଦେବାକୁ ମନାକଲେ ଯଦିଓ ତାଙ୍କ ଘର ଉଦ୍ୟାନ ପାଖରେ ଅବସ୍ତିତ | ପି ଇ ଓ ଲଷ୍ମୀଧର ପାଲ ଏ ବିଷୟରେ ସମ୍ପୂର୍ଣ ଅଜ୍ଞ ବୋଲି କହି କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି | ଏ ବିଷୟରେ କେବଳ ଜାଣି ନାହାନ୍ତି କହି ପରସ୍ପରକୁ ଦୋଷ ଲଦି ପୂର୍ବ ସରପଞ୍ଚ ଦୀନବନ୍ଧୁ ସାହୁଙ୍କ ଆଡକୁ ଇସାରା ଦେଉଛନ୍ତି | ସାମାଜିକ କର୍ମୀ ପ୍ରଦ୍ୟୁମ୍ନ କୁମାର ପାଲ କୁହନ୍ତି ଯେ ତାଳବସ୍ତର ଏହି ଏହି ଉଦ୍ୟାନଟିର ଯଦି ପୁନଃଉଧାର ନ ହୁଏ ତାହା ଜରାଜୀର୍ଣ୍ଣ ହୋଇ ମାଟିରେ ମିଶିଯିବ ଅଳ୍ପ ଦିନରେ |ବାଙ୍କୀ ଡମପଡା ବ୍ଳକ ପ୍ରଶାସନ ଏହା ଉପରେ ଶୁ ଦୃଷ୍ଟି ଦେବା ଉଚିତ ||

Leave a Reply

Your email address will not be published. Required fields are marked *