ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ମନ୍ଦିରରୁ ଚୋରି କରି ତିନି ଅଭିଯୁକ୍ତ ଗିରଫ, ଚୋରି ହୋଇଥିବା ମନ୍ଦିରର ସମସ୍ତ ସାମଗ୍ରୀ ଉଦ୍ଧାର କରିଛି ପୋଲିସ ! ସୂଚନା ଅନୁଯାୟୀ ପାରାଦୀପ ଲକ୍ ଥାନା ଅଧିନସ୍ଥ ନିମିଢ଼ି ଗ୍ରାମର ରାଜେନ୍ଦ୍ର ସ୍ବାଇଁ ଙ୍କ ଜଗନ୍ନାଥ ମନ୍ଦିରରୁ, ଗତ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଦୁଇଟି ପିତ୍ତଳ ମୂର୍ତ୍ତି, ଗୋଟିଏ ରୂପା ମୁକୁଟ, ଗୋଟିଏ ରୂପା ବଂଶୀ ସହିତ ମନ୍ଦିର ଅଳଙ୍କାର ଚୋରି କରି ନେଇଥିଲେ। ରାଜେନ୍ଦ୍ର ସ୍ବାଇଁ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଥିଲେ। ଲକ୍ ଥାନା ପୋଲିସ ଚୋରି ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ଦିଗରେ ଛାନ୍ନଭିନ୍ନ ଆରମ୍ଭ କରିଥିଲେ। ମନ୍ଦିରରୁ ଚୋରି କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ, ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ପାରାଦୀପଗଡ ଗେଟବାଜର ପ୍ରମୋଦ ନାୟକ, ନିମିଡି ଗ୍ରାମର ରଞ୍ଜନ ସ୍ବାଇଁ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅଧିନସ୍ଥ କୁକୁଡା ଖଣ୍ଡୀ ଗ୍ରାମର କୃଷ୍ଣ ରାଓ। ଅଭିଯୁକ୍ତମାନଙ୍କ ପାଖରୁ ଚୋରି ହୋଇଥିବା ସାମଗ୍ରୀ ୧୧ଟି ଭଙ୍ଗା ପିତ୍ତଳ ଖଟୁଲିଖଣ୍ଡ, ଗୋଟିଏ ପିତ୍ତଳ ପ୍ଲେଟ୍, ଦୁଇଟି ରୂପା ମୁକୁଟ,ଗୋଟିଏ ରୂପା ବଂଶୀ, ରାଧାକୃଷ୍ଣଙ୍କ ପିତଳ ମୃତ୍ତି, ଭଗବାନ ନାରାୟଣଙ୍କ ପିତ୍ତଳ ମୂର୍ତ୍ତି ସହିତ ଚୋରି କରିବାରେ ବ୍ୟବହୃତ ଅସ୍ତ୍ର ଜବତ କରିଛି ଲକ୍ ଥାନା ପୋଲିସ। ଅଭିଯୁକ୍ତ ମାନଙ୍କ ନାଁ ରେ ଚୋରି ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l
ମନ୍ଦିରରୁ ଚୋରି କରି ତିନି ଅଭିଯୁକ୍ତ ଗିରଫ : ଚୋରି ସାମଗ୍ରୀ ଉଦ୍ଧାର !!!

