ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆୱାଜ ମିଡ଼ିଆ ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ସମ୍ମିଳନୀ ଆୟୋଜିତ ! ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଠାରେ ଆୱାଜ ମିଡ଼ିଆ ର ଜିଲ୍ଲା ପ୍ରତିନିଧି ସମ୍ମିଳନୀ ଆୟୋଜିତ ହୋଇଯାଇଛି ! ବାଘମାରୀ ନିକଟସ୍ଥ ଅଟ୍ରି ହଟକେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ପ୍ରତିନିଧି ମାନେ ଯୋଗ ଦେଇଥିଲେ !

ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ପ୍ରତିନିଧି ମାନେ ବୈଠକରେ ଯୋଗଦେଇ ଖବର ସଂଗ୍ରହ , ପ୍ରସାରଣ ଉପରେ ଆଲୋଚନା କରିଥିଲେ ! ଡିଜିଟାଲ ମିଡିଆ କ୍ଷେତ୍ରରେ ଦୀର୍ଘ ତେର ବର୍ଷ ଧରି ଖବର ପ୍ରସାରଣ କରୁଥିବା ଆୱାଜ ମିଡ଼ିଆ ର ସାମାଜିକ ଗଣମାଧ୍ୟମର ସମସ୍ତ ସାଇଟ ରେ ଭିଜିବିଲିଟି ଥିବା ସମୟରେ ନିଜସ୍ୱ ୱେବ ପୋର୍ଟାଲ www.awajmedia.com ରହିଅଛି !

