ପ୍ରଧାମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିନରେ କଲରାଅଣ୍ଟା ବିଦ୍ୟାଳୟରେ ଚାରାରୋପଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ଅବସରରେ,ଏକ ପେଡ୍ ମା ‘ କି ନାମ ୩.୦ ରାଜ୍ୟ ବ୍ୟାପି ଚାରା ରୋପଣରେ ତା – ୧୭:୦୯:୨୦୨୬ ରିଖ ଗୁରୁବାର ବିଶ୍ୱକର୍ମା ପୂଜାଦିନ ,ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ କଲରାଅଣ୍ଟା ସ୍କୁଲ ପରିସରରେ ଦୁଇସହ ରୁ ଉର୍ଦ୍ଧ ନିମ,ଅଁଳା,କରଞ୍ଜ ଇତ୍ୟାଦି ଚାରା ରୋପଣ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଡମପଡା ବନାଞ୍ଚଳ ଅଧିକାରୀ ର କର୍ମକର୍ତ୍ତା ଫରେଷ୍ଟର ବଲେଶ୍ୱର କହଁର,ଆଶିଷ କୁମାର ମୁଦୁଲି,ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ରାଉତ,ଜ୍ୟୋସ୍ନା ରାଣୀ ସାହୁ ଓ ଅନ୍ୟମାନେ, ବ୍ଲକ୍ ତରଫରୁ ବି ପି ସି ଆର୍ ଏଚ୍ ମନୋଜ କୁମାର ପ୍ରଧାନ, ପି ଇ ଓ ସଦାନନ୍ଦ ବରାଳ, ଏ ଡି ଇ ଓ ମନମୋହନ ରାଉତ ଙ୍କ ସମେତ ସରପଞ୍ଚ ଜ୍ୟୋସ୍ନା ରାଣୀ ଦାସ,ପୂର୍ବତନ ସରପଞ୍ଚ ସମାଜସେବୀ ପ୍ରମୋଦ କୁମାର ସାହୁ, ନ୍ୟାବ୍ ସରପଞ୍ଚ ବିଭୂତି ଭୂଷଣ ଦାସ,ନାଟ୍ୟକାର ସମାଜସେବୀ ପ୍ରକାଶ ଚନ୍ଦ୍ର ପ୍ରଧାନ,ଗ୍ରାମ୍ୟ ମୁରବି ମହେଶ୍ୱର ପ୍ରଧାନ,ଚଗଲି ପ୍ରଧାନ,ଗଦାଧର ବେହେରା,ସେଚ୍ଛାସେବୀ ମନୋରଞ୍ଜନ ମଲ୍ଲିକ,ସ୍କୁଲ ପ୍ରଧାନ ଶିକ୍ଷକ ପ୍ରସନ୍ନ ସ୍ୱାଇଁ,ବଳରାମ ଦାସ,ଅଙ୍ଗନୱାଡି ସହାୟିକା ମମତା ସାହୁ, ଆଶାକର୍ମୀ ଜାନକୀ ସାମଲ, ସି ଆର୍ ପି ବନିତା ଦାଶ,ପୁଷ୍ପଲତା ଦାଶ,ସ୍କୁଲ ଶିକ୍ଷା କମିଟି ର ଚେୟାର ମ୍ୟାନ ଶିଶିର ପ୍ରଧାନ ଓ କମିଟି ସଭ୍ୟ ସଭ୍ୟା, ଏବଂ କଲରାଅଣ୍ଟା ଗ୍ରାମର ତିରିଶି ରୁ ଉର୍ଦ୍ଧ ଯୁବକ ଓ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଚାରା ରୋପଣ କରାଯାଇଥିଲା,ଏହାପରେ ପୂର୍ବତନ ସରପଞ୍ଚ ଶ୍ରୀ ସାହୁ କହିଥିଲେ ଏହି ଚାରା ଗୁଡିକର ରକ୍ଷଣ ବେକ୍ଷଣ ସମସ୍ତଙ୍କ ତତ୍ତ୍ଵାବଧାନରେ କେମିତି ପାଳନ କରାଯାଇ ଛୋଟରୁ ବଡ଼ କରାଯିବ ଏ ବିଷୟରେ ଆଲୋକପାତ କରିଥିଲେ।ଏହା ପରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ, ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *