ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ପୂର୍ବତନ କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ l ଜିଲ୍ଲା ପ୍ରଶାସନ, ନୟାଗଡ଼ ଓ ମିଶନ ଶକ୍ତି ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳାମାନେ, ସୁଭଦ୍ରା ଯୋଜନାର ପଞ୍ଜୀକୃତ ହିତାଧିକାରୀ, ଲକ୍ଷପତି ଦିଦି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଅଂଶଗ୍ରହଣରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ଏହି ଅବସରରେ ଜିଲ୍ଲାର ମୋଟ ୧୯୪ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୩ ଲକ୍ଷ ମାଟି ଦୀପ ପ୍ରଜ୍ୱଳନ କରାଯାଇଥିଲା। ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ମଧ୍ୟ ସାମୂହିକ ଦୀପ ପ୍ରଜ୍ୱଳନ ସହ ସମସ୍ତେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନର ଶୁଭ ମନାସି ଥିଲେ l

Leave a Reply

Your email address will not be published. Required fields are marked *