କଟକ ଜିଲ୍ଲା ବିଜେପି ଶାଖାର IT Cell ସଦସ୍ୟ ଭାବରେ ବିଶ୍ୱଜିତ ବିଶ୍ୱାଳ ନିଯୁକ୍ତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଭାରତୀୟ ଜନତା ପାର୍ଟି, ଓଡ଼ିଶା ରାଜ୍ୟ IT Cell ର ନୂତନ ଜିଲ୍ଲା କମିଟି ଘୋଷଣା ହୋଇଛି। ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ଗଣମାଧ୍ୟମ ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ନାୟକ ଙ୍କ ଅନୁମୋଦନ କ୍ରମେ ଏବଂ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ ଙ୍କ ଦ୍ୱାରା କଟକ ଜିଲ୍ଲା ରୁ ସଦସ୍ୟ ଭାବେ ବାଙ୍କୀ ର ଯୁବ ସଂଗଠକ ବିଶ୍ୱଜିତ ବିଶ୍ୱାଳ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ବିଶ୍ୱାଳ କହିଛନ୍ତି, ପାର୍ଟି ମୋ ଉପରେ ଯେଉଁ ବିଶ୍ୱାସ ରଖିଛି, ମୁଁ ତାକୁ ନିଷ୍ଠାର ସହ ପାଳନ କରିବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ସ୍ୱପ୍ନକୁ ସୋସିଆଲ ମିଡିଆ ମାଧ୍ୟମରେ ଘରେ ଘରେ ପହଞ୍ଚାଇବା ପାଇଁ କାମ କରିବି । ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ ଙ୍କୁ ହୃଦୟ ରୁ ଧନ୍ୟବାଦ ଜଣାଇଛନ୍ତି ବିଶ୍ୱଜିତ ବିଶ୍ୱାଳ , ନୂତନ ଦାୟିତ୍ୱ ପାଇବା ପରେ ନିଜ ଅଞ୍ଚଳ ଓ ସମର୍ଥକଙ୍କ ଶୁଭେଚ୍ଛା ର ସୁଅ ଛୁଟିଛି !

Leave a Reply

Your email address will not be published. Required fields are marked *