କଟକ ଜିଲ୍ଲା ବିଜେପି ଆଇଟି ସେଲ୍‌ର ସହ-ସଂଯୋଜକ ହେଲେ ଶୁଭ୍ରମ ବାରିକ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବାଙ୍କୀ ଉପଖଣ୍ଡ ବାଆଁରା ପଞ୍ଚାୟତର ଶୁଭ୍ରମ ବାରିକଙ୍କୁ କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍‌ର ସହ-ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ଆଇଟି ସେଲ୍‌ ସଂଯୋଜକ ଜ୍ୟୋତି ରଞ୍ଜନ ନାୟକ ଏବଂ କଟକ ଜିଲ୍ଲା ଆଇଟି ସେଲ୍‌ ସଂଯୋଜକ ଅସୀମ ଅମିତାଭ ମହାନ୍ତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ନୂତନ ଦାୟିତ୍ୱ ପାଇବା ପରେ ଶୁଭ୍ରମ ବାରିକ ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ ଅନ୍ତରରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ଦଳ ପକ୍ଷରୁ ତାଙ୍କ ଉପରେ ଯେଉଁ ଦାୟିତ୍ୱ ଅର୍ପଣ କରାଯାଇଛି, ତାହାକୁ ସେ ତନ, ମନ ଦେଇ ନିଷ୍ଠାର ସହ ପାଳନ କରିବେ ବୋଲି ଶୁଭ୍ରମ ପ୍ରକାଶ କରିଛନ୍ତି । ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବାଆଁରା ପଞ୍ଚାୟତ ସମେତ ବାଙ୍କୀ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *