ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ ଥିବା ଡିପ୍ଲୋମା ଇଂଜିନିୟର ସେବା ସଂଘର କନଫରେନ୍ସ ହଲ୍ ଠାରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ମହାମଣ୍ଡଳ ସମ୍ପାଦକ ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ,ଉପଦେଷ୍ଟା ଇଂ ଶିବ ପ୍ରସାଦ ପାଳ,ସମ୍ପାଦକ ଉମା ଶଙ୍କର ପାତ୍ର, ରାମକୋ ସିମେଣ୍ଟର ଡିଷ୍ଟବ୍ୟୁଟର ପ୍ରକାଶ କୁମାର ପାତ୍ର, ରାମକୋ ସିମେଣ୍ଟ ଡେପୁଟି ଜେନେରାଲ ମେନେଜର ଅଦ୍ଵେଷ କୁମାର ସିଂ ରାମ କୋ ସିମେଣ୍ଟ ର ଡେପୁଟି ମେନେଜର ଗୌରୀ ଶଙ୍କର ପଣ୍ଡା ପ୍ରମୁଖ ମଞ୍ଚ।ସିନ ଥିଲେ।ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଇଂ କେ ନାଗେଶ୍ୱର ସେନାପତି ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଏକ ମିନିଟ ନିରବ ପ୍ରାର୍ଥନା କରି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଇଂଜିନିୟର ଉମା ଶଙ୍କର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଇଂଜିନିୟର କୃଷ୍ଣଚନ୍ଦ୍ର ପ୍ରଧାନ, ଇଂ ସୁରେନ୍ଦ୍ର ନାଥ, ଇଂ ରାଧାକାନ୍ତ , ଇଂ ସୁଦର୍ଶନ ବେଣିଆ ପ୍ରମୁଖ ଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଓ ନୂତନ ଭାବେ କାର୍ଯ୍ୟ ଭାର ଗ୍ରହଣ କରି ଥିବା ଇଂଜିନିୟର ମାନଙ୍କୁ ପୁଷ୍ପଗୁଚ୍ଛ ଉପହାର ଦେଇ ସ୍ୱାଗତ କରାଯାଇଥିଲା। କିପରି ଜିଲ୍ଲାର ଉନ୍ନତି ସାଧନ ହେବ ତା ଉପରେ ଗୁରୁତ୍ୱ ଦେଇ ଇଂଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ, ବ୍ଳକ ଗୁଡିକର ସହକାରୀ ଯନ୍ତ୍ରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତି ଥିଲେ।ଏହି କାର୍ଯ୍ୟକ୍ରମ ରାମକୋ ସିମେଣ୍ଟ ସହାୟତାରେ ଅନୁଷ୍ଠିତ ହୋଇଥିଲା ପରିଶେଷରେ ରାମକୋ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ !!!

