ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ଗାଁ ସାଥୀ ମେଟ ମଜଦୁର ସଂଘ ତରଫରୁ ରାଜଧାନୀ ଲୋୟର ପିଏମଜି ରେ ଧାରଣା ! ବିଭିନ୍ନ ଦାବୀ ନେଇ ରାଜ୍ୟ ଗାଁ ସାଥୀ ମେଟ ମଜଦୁର ସଂଘ ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଜାରି ରହିଛି ଆନ୍ଦୋଳନ ! ଦାବୀ ହାସଲ ପାଇଁ ଧାରଣା ରେ ବସିଥିଲେ ମହିଳା ଏବଂ ପୁରୁଷ ଗାଁ ସାଥି ! ଧାରଣାସ୍ଥଳରେ ଏକାମ୍ର ବିଧାୟକ ବାବୁ ସିଂ ଆସି ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରିଥିଲେ ! ସରକାର ଯଥା ଶୀଘ୍ର ସେମାନଙ୍କ ଦାବି ପୁରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ରାଜ୍ୟ ଗାଁ ସାଥୀ ମେଟ ମଜଦୁର ସଂଘ ଆନ୍ଦୋଳନରୁ ଓହରିଥିଲେ !
ରାଜ୍ୟ ଗାଁ ସାଥୀ ମେଟ ମଜଦୁର ସଂଘ ତରଫରୁ ରାଜଧାନୀ ଲୋୟର ପିଏମଜି ରେ ଧାରଣା !!!

