ଅର୍ଣ୍ଣବକୁ ନେଇ ଚର୍ଚ୍ଚା ମଧ୍ୟରେ ବାଲୁଗାଁ ଚିଲିକାରେ ପାଣିପାଗର କରାଳ ରୂପ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ସକାଳୁ ଦେଖିବାକୁ ମିଳିଛି ପାଣିପାଗର ଉଗ୍ର ରୂପ। ବାତ୍ୟା ଅର୍ଣ୍ଣବକୁ ନେଇ ଲଗାଣ ବର୍ଷା ସାଙ୍ଗକୁ ଚିଲିକା ଅଞ୍ଚଳରେ ଜୋରଦାର ପବନ ବହୁଥିବାରୁ ପରିବେଶ ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି । ଚିଲିକାର ଜଳରାଶିରେ ଉଠୁଛି ବଡ଼ ବଡ଼ ଢେଉ, ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଓ ପବନର ପ୍ରଭାବ ଜନଜୀବନ ଉପରେ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ପାଣିପାଗ ବିଭାଗର ସତର୍କତା ମଧ୍ୟରେ ଚିଲିକା ଅଞ୍ଚଳରେ ନଜର ରଖିଛି ପ୍ରଶାସନ। ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ କାମ ଥିଲେ ଲୋକମାନେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆୱାଜ ମିଡ଼ିଆ ଚିଲିକା ମାଧ୍ୟମରେ ସୂଚନା ଦିଆ ଯାଉଛି।

Leave a Reply

Your email address will not be published. Required fields are marked *