ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଖାରୁ ଫଳିଛି ଘରକୁ ଯିବା ସର୍ଭିସ ତାର ରେ । ବିଦ୍ୟୁତ ବିଭାଗ ମେଣ୍ଟେନାନ୍ସ ନାମରେ କରୁଛି ବିଦ୍ୟୁତ କାଟ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ହାଟ କୁ ଯିବା ରାସ୍ତାରେ ସର୍ଭିସ ତାରରେ କଖାରୁ ଫଳିଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବିଦ୍ୟୁତ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେଣ୍ଟେନାନ୍ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରୁଛି ବିଭାଗ , ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ତାର ରେ ବିଭିନ୍ନ ଗଛ ଲତା ମାଡ଼ିଥିବା ବେଳେ , ଘରକୁ ଯିବା ସର୍ଭିସ ତାର ରେ କଖାରୁ ଫଳିବା ସମସ୍ତଙ୍କୁ ଚକିତ କରିଛି !
ବିଦ୍ୟୁତ ସଂଯୋଗୀ ତାରରେ ଫଳିଛି କଖାରୁ !!!

