ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବଡ଼ମ୍ବାର ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବଡ଼ମ୍ବା ବ୍ଲକ୍ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ରଘୁପତି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିପ୍ସା ସାହୁ ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଖଗେଶ୍ୱର ମହାପାତ୍ର ଏବଂ ସମ୍ପାଦକ ବ୍ରଜବନ୍ଧୁ ସାହୁ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚ, ରଗଡ଼ିପଡ଼ା ପକ୍ଷରୁ ପ୍ରାୟ ୨୦ ଜଣ ସଦସ୍ୟ ଯୋଗଦାନ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଏକ ଡାକ୍ତରୀ ଟିମ୍ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବରିଷ୍ଠ ନାଗରିକମାନଙ୍କ ସମ୍ମାନ, ଅଧିକାର, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକ୍ରମଟିକୁ ଉତ୍ସାହର ସହ ପାଳନ କରାଯାଇଥିଲା । ଶେଷରେ ପଞ୍ଚାୟତ ସମିତି ପକ୍ଷରୁ ଏକ ଭାଗବତ ଗୀତା ବହି ଏବଂ ମହାପ୍ରଭୁ ଜଗନ୍ନାଥ ଫଟୋ ଫ୍ରେମ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା ।

