ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବଡ଼କଳାକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗଜପତି ଜିଲ୍ଲା ଓ ଦୌରା ଜଜ୍-ତଥା-DLSA ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏବଂ DLSA, ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ “ଡାନିଏଲ ଲତିଫି ବନାମ ଭାରତ ସରକାର” ମାମଲାର ରାୟ ଓ ଏହାର ଆଇନଗତ ଦିଗ ସମ୍ପର୍କରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ନିମ୍ନଲିଖିତ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ ! ବକ୍ତାମାନେ ପ୍ରବାସୀ ଶ୍ରମିକମାନଙ୍କ ଆଇନଗତ ଅଧିକାର, ସେମାନଙ୍କ ସମସ୍ୟାର ଆଇନଗତ ସମାଧାନ, ମାଗଣା ଆଇନ ସେବାର ସୁଯୋଗ ଏବଂ ଡାନିଏଲ ଲତିଫି ମାମଲାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ସଚେତନ କରିଥିଲେ।
ଆଇନ ସେବା ପ୍ରାଧିକରଣ (DLSA) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ !!!

