ସେବା ସଂକଳ୍ପ ଅଭିଯାନ – ୨୦୨୬ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପିଏମ୍ ଶ୍ରୀ ଭେଟିନାଥଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭେଟେଶ୍ବର ର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର,ଛାତ୍ରୀମାନଙ୍କଦ୍ବାରା ଭେଟେଶ୍ବର ଗ୍ରାମରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜିତ ହୋଇଯାଇଛି । “ଆମେ ବଦଳିଲେ ଦେଶ ବଦଳିବ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ଯମରେ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇ ସେବା, ସହଯୋଗ, ସ୍ବଚ୍ଛତା ଓ ସାମାଜିକ ଦାୟିତ୍ବର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ ଛାତ୍ର ସଂଘର ସଭାପତି ଶଶୀକାନ୍ତ ସୁବୁଦ୍ଧି, ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ସତ୍ୟନାରାୟଣ ରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସୋମନାଥ ମହାରଣା, ସୁଧାଂଶୁ ଶେଖର ପ୍ରଧାନ, ଶ୍ରୀ ଚନ୍ଦନ ପ୍ରଧାନ, ଶ୍ରୀଯୁକ୍ତ ଅବିନାଶ ଜେନା, ଶ୍ରୀଯୁକ୍ତ ବିଶ୍ବମ୍ଭର ପ୍ରଧାନ, ଶ୍ରୀଯୁକ୍ର ନାରାୟଣ ବେହେରା, ଶିକ୍ଷୟିତ୍ରୀ ପୁଷ୍ପଲତା ଜେନା, କଲ୍ୟାଣୀ ଷଡଙ୍ଗୀ, ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଅଭିଯାନକୁ ସଫଳ କରିଥିଲେ। କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଦର୍ଶକ ଭାବେ ଉପସ୍ଥିତ ଥିଲେ । ଉକ୍ତ ନାଟକରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦେଶନାରେ ଛାତ୍ର ପବିତ୍ର ସବର, ଲିପନ ଦାସ, ସୁଦର୍ଶନ ଜେନା, ସୂର୍ଯ୍ୟକାନ୍ଧ ଜାନି, ଓ ଛାତ୍ରୀ ଶୁଭଶ୍ରୀ ପ୍ରଧାନ, ରାଜଶ୍ରୀ ସାମନ୍ତରାୟ, ସ୍ବର୍ଣ୍ଣଲତା ପ୍ରଧାନ, ରୂପାଲି ପଟ୍ଟନାୟକ, ବର୍ଷା ବେହେରା, ଶ୍ରୀଜା ସଞ୍ଚିତା ରଥ ଅଭିନୟ କରିଥିଲେ । ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଏହି ସେବାମୂଳକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମାଜ ପ୍ରତି ଦାୟିତ୍ବବୋଧ, ମାନବିକତା ଓ ସେବା ମନୋଭାବକୁ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ଗୁଣ, ସାମାଜିକ ସଚେତନ‌ତା ଓ ସ‌ହ‌ଯୋଗର ମନୋଭାବ ବିକଶିତ କରିବାରେ ସ‌ହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସମସ୍ତେ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ନିଜର ସଂକଳ୍ପକୁ ଦୃଢ଼ କରିବା ସହିତ ଅଭିଯାନର ସଫଳତା କାମନା କରିଥିଲେ ।

Leave a Reply

Your email address will not be published. Required fields are marked *