ଶ୍ରୀରାମ କମିଟିର ଅଭିନବ ପ୍ରୟାସ : ପରିବେଶ ପାଇଁ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀରାମ କମିଟି ପକ୍ଷରୁ ତାଳବସ୍ତ ରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୧୫୭ଟି ବୃକ୍ଷ ଓ ଫୁଲ ଚାରା ବଣ୍ଟନ କରାଯିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଅଛି । ଏହି ଅଭିଯାନରେ ଅଁଳା, ଜାମୁ, ବଉଳ, ବେଲ, ପିଜୁଳି, ଆତ, ଅର୍ଜୁନ ସମେତ ବିଭିନ୍ନ ପ୍ରଜାତିର ଫଳଦାୟକ ଓ ଔଷଧୀୟ ଗଛ ସହିତ ବିଭିନ୍ନ ପ୍ରକାରର ଫୁଲ ଚାରା ବଣ୍ଟନ କରା ଯିବା ସହିତ ବୃକ୍ଷ ରୋପଣ କରାଯାଇଥିଲା । ୧୫୭ ଟି ଚାରା ରୋପଣ ସହିତ ୧୫୭ଟି ଚାରା ବଣ୍ଟନ କରାଯାଇଥିଲା। ସଭାପତି ବିଶ୍ୱ ରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ଏବଂ ସାନ ଶୁଭ୍ରାଂଶୁ ସ୍ୱାଇଁ, ମିଲନ ପ୍ରଧାନ, ଶିବ ନାରାୟଣ ଷଡ଼ଙ୍ଗୀ, ନିମେଇଁ ଚରଣ ପଣ୍ଡା, ଶୁଶାନ୍ତ କୁମାର ମହାରଣା, ସୁଶୀଲ ଦାଶ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *