ପାଇକମାଳ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଚିକିତ୍ସାଳୟ ଘେରାଉ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଦୀର୍ଘ ଦିନ ହେଲା ପାଇକମାଳ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଦେଖା ଯାଉଥିବା ବେଳେ ମଙ୍ଗଳବାର ବିଳମ୍ବ ରେ ଆସିଥିବା ଡାକ୍ତର ଅଙ୍କିତ ସାଗର କୁ ପାଇକମାଳ ବେପାରୀ ସଂଘର ସଭାପତି କୁନ୍ଦନ ପ୍ରଧାନ ଓ ତାଙ୍କ ସହିତ ଯାଇଥିବା ଅନ୍ୟମାନେ ବିଳମ୍ବରେ ଆସିବା ନେଇ ପ୍ରଶ୍ନ କରିଥିଲେ । ଡାକ୍ତର ସାଗର ଉତକ୍ଷିପ୍ତ ହୋଇ ସେମାନଙ୍କ ଉପରକୁ ଚେୟାର ଫୋପାଡ଼ିବା ସହ ରେଜିଷ୍ଟର ଫିଙ୍ଗିଥିଲେ । କୁନ୍ଦନ ଏନେଇ ପାଇକମାଳ ବାସୀଙ୍କୁ ଜଣାଇବା ପରେ ଅଞ୍ଚଳବାସୀ ଚିକିତ୍ସାଳୟ ସମ୍ମୁଖରେ ଡାକ୍ତରଙ୍କ ବଦଳି ଦାବିରେ ଆନ୍ଦୋଳନରେ ବସିଥିଲେ । ଏହି ଆନ୍ଦୋଳନରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବ୍ଲକ୍ ଅଧ୍ୟକ୍ଷା ଭାବନା ସିଂ, ଗୌତମ ସିଂ, ହୃଦାନନ୍ଦ ବାରିକ, କଂଗ୍ରେସ ପାଇକମାଳ ବ୍ଲକ୍ ସଭାପତି ମହେନ୍ଦ୍ର ଖୁଣ୍ଟିଆ ,ମୂଜାଫର୍ ହୁସେନ, ଆକାଶ ପାଣିଗ୍ରାହୀ ,ବିଜେପି ଯୁବ ନେତା ରୋଶନ ପାଣିଗ୍ରାହୀ, ଟିନୁ ପୁରୋହିତ, ଗୁଣନିଧି ନାଗ, ପାଇକମାଳ ବାସୀ ତରଫରୁ ନୀଳମଣି ପଣ୍ଡା,ଯୁଗଳ କିଶୋର ମେହେର, ୟୋଗେଶ ଅଗ୍ରୱାଲ ଓ ବାବୁଲୁ ନାୟକ ପ୍ରମୁଖ ଙ୍କ ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ । ଧାରଣାରେ ବସିବାର କିଛି ସମୟ ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଆଶୁତୋଷ ହୋତା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ଡାକ୍ତର ମାନେ ସମୟ ଅନୁବର୍ତ୍ତୀତା ଜାଣିବା ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ମେସିନ୍ ରେ ଠିକ୍ ସମୟରେ ବାୟୋମେଟ୍ରିକ୍ ଦେବେ , ଡାକ୍ତର ମାନଙ୍କ ଡ୍ୟୁଟି ଲିଷ୍ଟ କରି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ ଓ ଡାକ୍ତର ଅଙ୍କିତ ଙ୍କୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇ ଅନ୍ୟତ୍ର ବଦଳି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉପଖଣ୍ଡ ଚିକିତ୍ସା ଅଧିକାରୀ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ରୁ ଓହରିଥିଲେ ।

Leave a Reply

Your email address will not be published. Required fields are marked *