ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ 2026 ପାଳିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ଦେବୀ,ଜିଲ୍ଲା ମଙ୍ଗଳ ଅଧିକାରୀ ସଲେମାନ ରାଇକା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମର ଆଜିର ଥିମ ହେଲା ସୁସ୍ଥ ଶିଶୁ, ସୁସ୍ଥ ପରିବାର ସମୃଦ୍ଧ ଓଡିଶା । ଶୁନ ରୁ ତିନି ବର୍ଷ ପିଲାଙ୍କ ବୌଦ୍ଧିକ ବିକାଶକୁ ବୃଦ୍ଧି, ଗର୍ଭବତୀ ମାଆ ଓ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ମହିଳା ମାନଙ୍କ ସହ ପୁରୁଷ ମାନଙ୍କ ସହଭାଗିତାକୁ ପ୍ରାଧାନ୍ୟ ଦେବା ଏହିଭଳି ବିଭିନ୍ନ ପ୍ରକାର ସଚେତନତା କରାଯାଇଥିଲା।ଉତ୍ତମ ପୋଷଣ ସୁସ୍ଥ ଜୀବନ ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା, କୁପୋଷଣ କୁ ଦୂର କରି ସୁପୋଷଣକୁ ଆଣିବା।ରକ୍ତ ହୀନତା ଦୂରୀକରଣ କରିବା ପାଇଁ ସଚେତନ ଓ ରକ୍ତ ହୀନତା କିପରି ଦୂର କରାଯାଇ ପାରିବ ।ଏକ ସୁସ୍ଥ ଶିଶୁ କାଲିର ସୁସ୍ଥ ନାଗରିକ ହେବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ପରିବାର ଗଠନ କରିବା ସହ ସୁସ୍ଥ ସମାଜ ଦେଶ ସୁସ୍ଥ ହୋଇ ପାରିବ ତା ଉପରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା ଅଧିକାରୀ ସାରଳା ପାତ୍ର,ବ୍ଲକ ସ୍ତରୀୟ ସି ଡି ପି ଓ ନମିତା ମହାରଣା,ବି କମଳା ଙ୍ଗୀ, ଅଙ୍ଗନବାଡ଼ି କର୍ମୀ,ଜିଲ୍ଲା ପୋଷଣ ସଂଯୋଜକ ପାଏଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୋଷଣ ମାସ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ମାନପତ୍ର ଏକ କୀଟ୍ ପ୍ରଦାନ କରାଯାଇଥିଲ। ପୋଷଣ ଖାଦ୍ୟ ପଦର୍ଶନ କରାଯାଇଥିଲା।

Leave a Reply

Your email address will not be published. Required fields are marked *