ମା ଖର୍ପରଚଣ୍ଡୀ ପୀଠକୁ ପର୍ଯ୍ୟଟନ ସ୍ଥଳୀ କରିବାକୁ ଦାବି ଜୋର ଧରିଲା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଐତିହ୍ୟ ଏବଂ ପୌରାଣିକ ପୀଠ ଖର୍ପରଚଣ୍ଡୀଙ୍କ ପ୍ରତି ବାଙ୍କୀ ପ୍ରଶାସନର ଅବହେଳା | ତାଳବସ୍ତ ଗ୍ରାମ ପଂଚାୟତ ସାମନ୍ତରାପୁର ଗ୍ରାମ ରେ ଅବସ୍ଥିତ ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଦାବି | ପୂର୍ବ ବାଙ୍କୀର ଐତିହ୍ୟ ଏବଂ ପୌରାଣିକ ପୀଠ ଡମପଡା ବ୍ଲକର ସାମନ୍ତରାପୁର ଗ୍ରାମର ମା ଖର୍ପର ଚଣ୍ଡୀ ପୀଠକୁ ସରକାରୀ ସ୍ତରରେ ବହୁତ ଅବହେଳା କରା ଯାଉଛି ବୋଲି ଗ୍ରାମବାସୀମାନେ କହିଛନ୍ତି | ନିକଟରେ ଏହାର ଷୋଳତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି | ଅକ୍ଟୋବର 22 ତାରିଖ ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଉତ୍ସବର ବିଭିନ୍ନ ଦିବସରେ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ମାନ୍ୟବର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା,ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ର ବର୍ତ୍ତୀ ପ୍ରମୁଖ ଯୋଗଦେଇ ମନ୍ଦିର କମିଟି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ |ଏଠାରେ ସୂଚନା ଯୋଗ୍ୟ ଯେ ବାଙ୍କୀର ଶେଷ ସୀମା ତଥା ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମରେ ମା ଖର୍ପର ଚଣ୍ଡୀଙ୍କ ମନ୍ଦିର ଅବସ୍ତିତ | ଏହା ବହୁତ ପୁରାତନ ମନ୍ଦିର ଯାହାକୁ ଡମପଡା ରାଜା ନିର୍ମାଣ କରିଥିଲେ | କିମ୍ବଦନ୍ତୀ କହେ ଯେ ପୁରୀ ମୁକ୍ତିମଣ୍ଡପ ଲେଖାକୁ ନେଇ ପୁରୀ ରାଜା ଏବଂ ଡମପଡା ଗଡ଼ ରାଜାଙ୍କ ଭିତରେ ଏହି ସ୍ଥାନରେ ଯୁଦ୍ଧ ହୋଇଥିଲା | ମାଆଙ୍କ ଶରଣରେ ଡମପଡା ରାଜା ଅଧିଆ ପଡିବାରୁ ମା ଖର୍ପର ବେଶ ଧାରଣକରି ପୁରୀ ରାଜାଙ୍କୁ ପରାସ୍ତ କରିଥିଲେ | ଏପରି ଏକ ଐତିହ୍ୟ ସ୍ଥାନକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବାକୁ ଗ୍ରାମବାସୀ ବାଙ୍କୀ ପ୍ରଶାସନ ପାଖରେ ବାରମ୍ବାର ଅନୁରୋଧ କରୁଛନ୍ତି | ପ୍ରତିବର୍ଷ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ଦିବାରାତ୍ରି 5ରୁ 10 ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଏ, ଯାହା କେବଳ ପଥଚାରୀ ଭକ୍ତ ଏବଂଗ୍ରାମବାସୀଙ୍କ ସହଯୋଗରେ ହୋଇଥାଏ | ପର୍ଯ୍ୟଟନ ସ୍ଥଳୀ ହେବାର ସବୁ ଭିତ୍ତିଭୂମି ଏବଂ ଯୋଗ୍ୟତା ଏହି ପୀଠର ଥିବାରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବାକୁ ଗ୍ରାମ୍ୟ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସାଦ ରଥ, ଭାଗ୍ୟଧର ମିଶ୍ର, ଅଭିରାମ ରଣା, ଜିତେନ୍ ମହାନ୍ତି, ପ୍ରତାପ କୁମାର ସାହୁ, ପ୍ରସନ ମିଶ୍ର ପ୍ରମୁଖ ଅନୁରୋଧ କରିଛନ୍ତି |

 

 

 

Leave a Reply

Your email address will not be published. Required fields are marked *