ପୁରା ସାତ ମିନିଟ ଚାଳିଶ ସେକେଣ୍ଡ ଗର୍ଜିଲେ : ବୋତଲେ ପାଣି ପିଇଲେ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁରା ସାତ ମିନିଟ ଚାଳିଶ ସେକେଣ୍ଡ ଗର୍ଜିଲେ , ଭାଷଣ ଦେଇସାରି ବୋତଲେ ପାଣି ପିଇଲେ ଡମପଡା ବ୍ଲକ ଅଧ୍ୟକ୍ଷ ! ବାଙ୍କୀ ମହୋତ୍ସବ ମଞ୍ଚରେ ଚତୁର୍ଥ ସନ୍ଧ୍ୟାରେ ପୁରା ଦମଦାର ଭାଷଣ ଦେଲେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ! ପାଖାପାଖି ୮ ମିନିଟର ଏହି ଶୁଭେଚ୍ଛା ବାର୍ତ୍ତାରେ ମହୋତ୍ସବ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଚଳିତ ବର୍ଷର ପାଣି କାଦୁଅ ଭର୍ତ୍ତି କଚେରୀ ପଡିଆ ଅବସ୍ଥା ଯାଏଁ ସବୁ କଥା କୁ ଅତି ସ୍ପଷ୍ଟ ଭାବରେ ଉପସ୍ଥାପନା କରିଥିଲେ ଯୁବନେତା ପ୍ରଣବ କିଶୋର ପଟେଲ ! ବାଙ୍କୀ ମହୋତ୍ସବ ପରିକଳ୍ପନା , ବାଙ୍କୀ ର ବିଭିନ୍ନ ବିକାଶ କାର୍ଯ୍ୟରେ ନେତା ଏବଂ ଅଧିକାରୀ ମାନଙ୍କର ସହଯୋଗ , ଲଗାଣ ବର୍ଷା କାରଣରୁ ପଡ଼ିଆର କଦର୍ଯ୍ୟ ଅବସ୍ଥା କାରଣରୁ ଗୋଟିଏ ଦିନ କାର୍ଯ୍ୟକ୍ରମ ବନ୍ଦ ନିଷ୍ପତ୍ତି , ପୂର୍ବତନ ବିଧାୟକ ଏବଂ ଏବେର ବିଧାୟକଙ୍କ କାର୍ଯ୍ୟଦକ୍ଷତା ବିଷୟରେ ଚମତ୍କାର ତଥ୍ୟ ରଖିଥିଲେ ନିଜ ଅଭିଭାଷଣରେ ! ଅବଶ୍ୟ ଟିକେ ଫ୍ଲୋ ଫ୍ଲୋ ରେ ଆଉ ଦୁଇ ଦଶନ୍ଧି ଆଗକୁ ଯାଇ ମହୋତ୍ସବ ସୁବର୍ଣ୍ଣ ଜୟନ୍ତୀ କଥା କହି ଦେଇଥିଲେ ! ତେବେ ସଂପୂର୍ଣ୍ଣ ଅଭିଭାଷଣ ଥିଲା ଚମତ୍କାର ! ଶବ୍ଦ ସଂଯୋଜନାରେ ମାହିର , ଭାଷାଗତ ଶାଳୀନତା , ସଂପୂର୍ଣ୍ଣ ତଥ୍ୟ ଭିତ୍ତିକ ଉକ୍ତି ଏବଂ ଚମତ୍କାର ଉପସ୍ଥାପନା ଶୈଳୀ କାରଣରୁ ପ୍ରଣବ ପଟେଲ ଙ୍କ ଅଭିଭାଷଣ ସମୟରେ ଦର୍ଶକଙ୍କ ସମେତ ମଂଚାସୀନ ଅତିଥି ମାନେ ମଧ୍ୟ ଆକର୍ଷିତ ହୋଇଥିଲେ ! ଏପରିକି ନିଜେ ଭାଷଣ ଦେବାରେ ପାରଙ୍ଗମ ପ୍ରଭାତ ତ୍ରିପାଠୀ ମଧ୍ୟ ବ୍ଲକ ଅଧ୍ୟକ୍ଷଙ୍କ ଅଭିଭାଷଣ ଶୁଣି ଖୁସି ଦେଖା ଯାଉଥିଲେ ! ଅବଶ୍ୟ ସାତ ମିନିଟ ରୁ ଅଧିକ ଗର୍ଜନ କରିବା ପରେ ନିଜ ଆସନ କୁ ଯାଇ ପୁରା ବୋତଲଟେ ପାଣି ପିଇ ଦେଇଥିଲେ ବ୍ଲକ ଅଧକ୍ଷ !

Leave a Reply

Your email address will not be published. Required fields are marked *