ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି : ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ମା’ଙ୍କ ପାଖରେ ଦୈନିକ ଭୋଗ ଲାଗି ହେବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରର ଆରାଧ୍ୟାଦେବୀ ମା ଭଗବତୀଙ୍କ ଦର୍ଶନ ନିମନ୍ତେ ଦୈନିକ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ପୀଠକୁ ଆସନ୍ତି, ଦର୍ଶନ କରନ୍ତି , ନିଜ ନିଜ ପରିବାରର ମଙ୍ଗଳ କାମନା କରି ମାନସିକ ରଖନ୍ତି ଏବଂ ମା’ଙ୍କ ପ୍ରତ୍ୟକ୍ଷ ସେବାରେ ଲାଗିବା ନିମନ୍ତେ ଅକୁଣ୍ଠ ଚ଼ିତ୍ତରେ ଅର୍ଥଦାନ କରି ହୁଣ୍ଡିରେ ପକାନ୍ତି । କେହି କେହି ଶ୍ରଦ୍ଧାଳୁ ଭକ୍ତି ଭାବନାର ସହିତ ନିଜ ନିଜର ମନସ୍କାମନା ପୂର୍ଣ୍ଣ ନିମନ୍ତେ ସୁନାରୂପାର ବିଭିନ୍ନ ଜିନିଷ ମଧ୍ୟ ହୁଣ୍ଡିରେ ପକାଇଥିବାର ଦେଖିବାକୁ ମିଳେ ।ମନ୍ଦିର କାର୍ଯ୍ୟାଳୟ ତରଫରୁ ହୁଣ୍ଡିରୁ ଦାନ ଅର୍ଥ ସଂଗ୍ରହ କରାଯାଇ ଦୈନିକ ମା’ଙ୍କ ଭୋଗରାଗ ସେବାପୂଜାରେ ବ୍ୟବହାର କରାଯାଏ । ଆଜି ମା’ ଙ୍କ ପୀଠର ବାହାର ହୁଣ୍ଡିଖୋଲାଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ହରପ୍ରିୟା ମଲ୍ଲିକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦଦାସ ଓ ସ୍ଥାନୀୟ ପୁଲିସ୍ ଙ୍କ ଉପସ୍ଥିତିରେ କର୍ମଚ଼ାରୀ ସୁରେନ୍ଦ୍ର କୁମାରସାହୁ , ଅକ୍ଷୟ କୁମାର ମିଶ୍ର, ଅଶ୍ଵିନୀ କୁମାର ମିଶ୍ର , କମଳ ମିଶ୍ର , ପାଳିଆମାଳି ସଂଗ୍ରାମ ମହାପାତ୍ର, ପୂଜକ ପ୍ରକାଶ ମହାପାତ୍ର, ଶ୍ରଦ୍ଧାଳୁ ନବକିଶୋର ପ୍ରଧାନହୁଣ୍ଡିଖୋଲି ଗଣତି ମଣତି କରିଥିଲେ । ଗଣତିରୁ ସର୍ବମୋଟ ଟ ୨,୧୨, ୨୩୭ .00 (ଦୁଇଲକ୍ଷ ,ବାରହଜାର, ଦୁଇଶହ ସତତିରିଶି )ଙ୍କା ସହିତ ୧୪କ୍ୟାରେଟ ବିଶିଷ୍ଟ o.୧୮୦ ମିଲିଗ୍ରାମର ଦୁଇଟି ସୁନାଠୁଙ୍କ , ୧୦କ୍ୟାରେଟ୍ ବିଶିଷ୍ଟ ୦ .୮୫୦ ମିଲି ଗ୍ରାମର ଏକ ସୁନାଚକି , ୫.୦୮୦ ମିଲିଗ୍ରାମର ୪ଟି ରୂପା ଆଖି,o.୨୩୦ ମିଲିଗ୍ରାମର ୧ଟି ରୂପା ଚିତା, ୩. ୨୯୦ ମିଲି ଗ୍ରାମର ୨ଟି ଗୋଡ଼ ମୁଦି ସଂଗ୍ରହ କରାଯାଇ ମା’ଙ୍କ ନାମରେ ସ୍ଥାନୀୟ ୟୁ. କୋ .ବ୍ୟାଙ୍କରେ ଥିବା ଜମା ଖାତାରେ ଜମା କରାଯାଇଥିବା କଥା ନିର୍ବାହୀ ଅଧିକାରୀଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *