ତାଳଚେରରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ତାଳଚେରରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ! ୨୦୦ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀପତ୍ର ପ୍ରଦାନ, ୫ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀଚାଳିତ ତିନିଚକିଆ ଯାନ ବଣ୍ଟନ ! ଓଡ଼ିଶା ସରକାରଙ୍କ ମଧୁବାବୁ ପେନସନ ଯୋଜନା ରେ ବାଦ୍ଧକ୍ୟ ଓ ଅନ୍ୟାନ ଭତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ରାଜ୍ୟର ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଏହି ବର୍ଷ ଅକ୍ଟୋବର ମାସଠାରୁ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ସଭାଗୃହଠାରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ବ୍ଲକ୍‌ର ୬ଟି ଗ୍ରାମ ପଞ୍ଚାୟତର ମୋଟ ୨୦୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ସମ୍ବନ୍ଧୀୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ସିଂହ, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ତାଳଚେରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବରାଳ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ମଞ୍ଜୁରୀପତ୍ର ପ୍ରଦାନ କରିଥିଲେ । ଏହାବ୍ୟତୀତ, ଚଳନଶକ୍ତିଜନିତ ଦିବ୍ୟାଙ୍ଗତା ଥିବା ୫ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀଚାଳିତ ତିନିଚକିଆ ଯାନ ପ୍ରଦାନ କରାଯାଇଥିଲା। ଉକ୍ତ ହିତାଧିକାରୀମାନେ ହେଲେ – ୧. ଶ୍ରୀମତୀ ଛବିଳା ପ୍ରଧାନ , ୨. ଶ୍ରୀ ଲେମ୍ବୁ କାନ୍ତ , ୩. ଶ୍ରୀମତୀ ଜନତା ପ୍ରଧାନ , ୪. ଶ୍ରୀ ଲଳିତ କୁମାର ଦଣ୍ଡିଆ , ୫. ଶ୍ରୀ ସୁଶୀଳ କୁମାର ପଟ୍ଟନାୟକ !
କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ସହିତ ଅନ୍ୟାନ୍ୟ ଦାୟିତ୍ୱ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପପୁ ବେହେରା ତୁଲାଇଥିଲେ। ଏଥିରେ ସମ୍ପୃକ୍ତ ୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ADEO ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଜନଙ୍କ ସ୍ୱାବଲମ୍ବନକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଯୋଗ୍ୟ ହିତାଧିକାରୀଙ୍କ ଜୀବନଧାରଣକୁ ଅଧିକ ସହଜ ଓ ସୁରକ୍ଷିତ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *