ରେଡ଼କ୍ରସ ରାପିଡ଼ ଆକସନ ଗ୍ରୁପ ର ଭରଚୁଆଲ ମିଟିଙ୍ଗ ଅନୁଷ୍ଠିତ !

0
178

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରେଡ଼କ୍ରସ ରାପିଡ଼ ଆକସନ ଗ୍ରୁପ ସଦସ୍ୟ ମାନଙ୍କ ର ଏକ ଭରଚୁଆଲ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି !! ଏଥିରେ ରେଡକ୍ରସ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦାନ କରି ସ୍ୱେଚ୍ଛାସେବୀ ମାନଙ୍କୁ ଯୋଦ୍ଧା ଭାବେ ସମ୍ବୋଧନ କରିବା ସହ ମନୋବଳ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ !! କରୋନା ର ଭୟାବହ ସ୍ଥିତି ଓ ସେଥିପାଇଁ ” ସ୍ୱେଛାଇବୀ ର ଦାୟିତ୍ୱ ଓ କର୍ତ୍ତବ୍ୟ ” ସମ୍ପର୍କ ରେ ଆଲୋଚନା ହୋଇଥିଲା !! ଜିଲ୍ଲାପାଳ ସମସ୍ତଙ୍କୁ କରୋନା ନିୟମ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ . ସ୍ୱେଚ୍ଛାସେବୀ ମାନେ ନିଜ ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ ! କରୋନା ପରୀକ୍ଷଣ ଓ ଟୀକା ନେବା ସମୟ ରେ ଜନସାଧାରଣ ଶୃଙ୍ଖଳା ରଖିବା ଓ ସ୍ୱେଚ୍ଛାସେବୀ ମାନେ ଏଥିରେ ସାହାଯ୍ୟ କରିବା, କୋରନା ରୋଗରେ ମୃତକ ଙ୍କ ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିବା, ବୁଲା ଗାଈ ଗୋରୁ ଓ ଅନ୍ୟ ପଶୁ ଙ୍କୁ ଖାଦ୍ୟ ଯୋଗାଇବା, ଦୁଖୀ ଓ ଭିନ୍ନକ୍ଷମଙ୍କୁ ଖାଦ୍ୟ ଯୋଗେଇବା, ନିଜ ନିଜର ଗ୍ରାମ, ପଂଚାୟତ ଓ ବ୍ଲକରେ କରୋନା ସମ୍ପର୍କ ରେ ସଚେତନ କରିବା ଓ ସମସ୍ତ ପ୍ରକାର ସେବା ଯୋଗାଇବା ରେ ସଦସ୍ୟ ମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ !! ନିଃସ୍ୱାର୍ଥପର ଭାବେ ନିଜ ଅଞ୍ଚଳର ବିକାଶ ତଥା ସମାଜ ର ଅବହେଳିତ ମଣିଷ କୁ ସହଯୋଗ ର ହାତ ବଢାଇବା କୁ ଇଛୁକ ସ୍ୱେଚ୍ଛାସେବୀ ମାନେ ପଂଚାୟତ ସ୍ତରରୁ ଏହି ଗ୍ରୁପରେ ସାମିଲ ହେବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ !! ସମସ୍ତ ସଦସ୍ୟ ନିଜର ସୁଚିନ୍ତିତ ମତାମତ ରଖିଥିଲେ ଓ ଜିଲ୍ଲା କୁ କରୋନା ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ! ରୋଟାରୀଆନ ରାଜ କିଶୋର ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ବିରଞ୍ଚି ପାଣି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

LEAVE A REPLY

Please enter your comment!
Please enter your name here