ମନରେଗା ଯୋଜନାରେ ପୋଖରୀ ଖୋଳା ନାମରେ ମାଙ୍କଡ଼ା ପଥର ଖନନ ଅଭିଯୋଗ !!!

Spread the love

ଖୋର୍ଦ୍ଧା (ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ମନରେଗା ଯୋଜନାରେ ପୋଖରୀ ଖୋଳା ନାମରେ ମାଙ୍କଡ଼ା ପଥର ଖନନ ହେଉଥିବା ଅଭିଯୋଗ ଆସିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତ ରାଉଳହଜ ଗ୍ରାମ ଭୋଇସାହିର ନୂତନ ପୋଖରୀ ଖନନ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ୨୦୨୦/୨୧ ଆର୍ଥିକ ବର୍ଷରେ ଆଠ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ବର୍ତ୍ତମାନ ଲକଡାଉନ ସମୟରେ ଏହି ଯୋଜନାରେ ଶ୍ରମିକ ମାନଙ୍କୁ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଛି । ତେବେ ପୋଖରୀ ଖନନ ବଦଳରେ ମେସିନ ଲଗାଇ ପଥର କାଟି ବାହାରକୁ ଚୋରା ଚାଲାଣ କରାଯାଉଛି ।

ଦଳିତ ମହାସଂଘ ରାଜ୍ୟ ସମ୍ପାଦିକା ଓ ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇନଥିଲା । ତେବେ ଦୁଇ ଦିନ ପରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଁଚି ସରଜମିନ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *