ଜାତୀୟ କ୍ରୀଡ଼ା ଦିବସ ପାଳିତ !!!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡା ଦିବସ . ସ୍ଥାନୀୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ପାଳନ ଅବସରରେ ଧ୍ୟାନଚାନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧ୍ୟାନଚାନ୍ଦଙ୍କ ହକିଷ୍ଟକ ଚାଳନା ଓ ଗୋଲ ଦେବାରେ ଯେଉଁ ପ।ରିଦର୍ଶିତ।ରହିଛି ତାହା ବର୍ଣ୍ଣନା କରି ଗଜପତିଜିଲ୍ଲାରେ ସମସ୍ତ ଖେଳ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏହି ଭଳି ରାଜ୍ୟ ଜାତୀୟ ତଥା ବିଶ୍ୱର ବିଶିଷ୍ଟ ଖେଳାଳିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଖେଳ ପ୍ରତି ଆକୃଷ୍ଟ କରାଇବା ପାଇଁ ଉତ୍ସ।ହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳେଇ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ଵିକ କୁମାର ପଟ୍ଟନାୟକ, ବରିଷ୍ଠ କିରାଣି ଲକ୍ଷଣ ପାଇକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, କେ ବାସୁଦେବରେଡ୍ଡୀ,ଲିଙ୍ଗରାଜ ସାହୁ ଧୀରେନ୍ଦ୍ର କୁମାର ସାମଲ ଓ କ୍ରୀଡ଼ା ଶିକ୍ଷୟିତ୍ରି ରେଖା ରାଣି ଦେଓ, କୁନ୍ତୀ ବିଶ୍ୱାଳ ଓ ତପସ୍ୱିନୀ ପଣ୍ଡା ଉପସ୍ଥିତ ଥିଲେ। ଭାରପ୍ରାପ୍ତ କ୍ରୀଡ଼ା ଶାରିରୀକ ଶିକ୍ଷା ନିରକ୍ଷକ ସଞ୍ଜୟ କୁମାର ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ି ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ମାସ୍କ ବ୍ୟବହାର କରି ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *