ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ପଞ୍ଚାୟତ ର ବରକୋଳା ଗ୍ରାମ l ଏହି ଗ୍ରାମର ହାର ଯାନୀ ଙ୍କୁ ମିଳୁନି ଭତା କି ରାସନ ଚାଉଳ l ଆଗରୁ ଚାଉଳ ମିଳୁଥିଲା କିନ୍ତୁ ଏବେ ଆଉ ମିଳୁନି l ହାର ଯାନୀ ଜନ୍ମରୁ ଦୃଷ୍ଟିହୀନ l ସେଥିପାଇଁ ଆଧାର କାର୍ଡ ମଧ୍ୟ ହେଇପାରୁନି l ପ୍ରଶାସନ ନିକଟକୁ ଧାଇଁ ଧାଇଁ ସେ ଅଣାୟତ୍ତ ହୋଇଥିଲେ ବି ତାଙ୍କ ଗୁହାରୀ କେହି ବି କର୍ଣପାତ କରୁନାହାନ୍ତି l ଦୃଷ୍ଟିହୀନ ମାନଙ୍କୁ କଣ ଆଧାର କାର୍ଡ ଦିଆଯିବନି, ନା ସେମାନେ ରାସନ ଚାଉଳ ପାଇବାର ହକଦାର ନୁହନ୍ତି ବୋଲି ସାଧାରଣ ଲୋକେ ଉଠାଇଛନ୍ତି ପ୍ରଶ୍ନବାଚୀ ? ସରକାରୀ ସହାୟତା, ଭତ୍ତା କିମ୍ବା ରାସନ ସାମଗ୍ରୀ ନମିଳିଲେ ବୃଦ୍ଧା ଜଣକ ଚାଲିବେ କେମିତି ? ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ହାର ଯାନୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ l
ସରକାରୀ ସହାୟତାରୁ ବଞ୍ଚିତ ଦୃଷ୍ଟିହୀନ ବୃଦ୍ଧା

