ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – ରିପବ୍ଲିକ ମିଡ଼ିଆ ନେଟୱର୍କ ର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ୱାମୀ ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ ପାଇ ଜେଲରୁ ମୁକୁଳିବା ପରେ ମହାରାଷ୍ଟ୍ର ସରକାରଙ୍କ ବିପକ୍ଷରେ ବିଷ ଓଗାଳିଛନ୍ତି . ଦୁଇ ବର୍ଷ ତଳର ଏକ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତି କୁ କେନ୍ଦ୍ର କରି ଗତ ଚାରି ତାରିଖରେ ତାଙ୍କ ବାସଭବନରୁ ଉଠାଇ ନେଇଥିଲା ମହାରାଷ୍ଟ୍ର ପୁଲିସ . ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ ରଦ୍ଧ ହେବା ପରେ ନବି ମୁମ୍ବାଇର ତଲୋଜା ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବରେ ରହିଥିଲେ ଅର୍ଣ୍ଣବ . ତେବେ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ବାକ ସ୍ୱାଧୀନତାର ଗୁରୁତ୍ୱକୁ ଆଧାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି . ଜାମିନ ପାଇଁ ଜେଲରୁ ବାହାରକୁ ଆସିବା ପରେ ଅର୍ଣ୍ଣବ ସିଧା ପହଂଚିଥିଲେ ରିପବ୍ଲିକ ଟିଭିର ଷ୍ଟୁଡିଓରେ . ସହକର୍ମୀ ମାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସହ ଯୋଡି ହୋଇ ରହିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି . ଆଗାମୀ ଦିନରେ ଆହୁରି ଶକ୍ତ ଭାବରେ ନିଜର ଲଢେଇ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ଅର୍ଣ୍ଣବ . ବିଗତ ଦିନରେ ସୁଶାନ୍ତ ସିଂ ରାଜପୁତ , ଦିଶା ସଲୟାନ ଏବଂ ପାଲଘର ସାଧୁ ହତ୍ୟା ଘଟଣାରେ ମହାରାଷ୍ଟ୍ର ସରକାରଙ୍କର ନିଦ ହଜାଇ ଦେଇଥିଲା ରିପବ୍ଲିକ ମିଡ଼ିଆ . ତେବେ ଯେତେ ବାଧା ବିଘ୍ନ ଷଡଯନ୍ତ୍ର ହେଉ ପଛେ , ନିରପେକ୍ଷ ଭାବରେ ନିର୍ଭୀକ ପତ୍ରକାରିତା ଜାରି ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ଅର୍ଣ୍ଣବ ଗୋସ୍ୱାମୀ .